ଓଡଗାଁ ଥାନା ଅନ୍ତର୍ଗତ ଏକ ଗ୍ରାମରେ କଙ୍ଗାରୁ କୋର୍ଟ
ଓଡଗାଁ ----- ଓଡ଼ଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ଏକ ଗ୍ରାମରେ ଜଣେ ପଡୋଶୀ ତାଙ୍କ ଗଛରୁ ନଡିଆ ତୋଳିବା ସମୟରେ ନଡିଆ ପଡି ଅନ୍ୟ ପଡୋଶୀଙ୍କ ସଜନା ଡାଳ ଭାଙ୍ଗି ଯାଇଥିଲା । ସଜନା ଡାଳ ଭାଙ୍ଗି ଜିବାରେ ଉତକ୍ଷିପ୍ତ ହୋଇ ପଡୋଶୀ ଜଣକ ତୋଳା ଯାଇଥିବା ସମସ୍ତ ନଡିଆ ଜବରଦସ୍ତ ନେଇଯାଇଥିଲେ । ଏ ନେଇ ଉଭୟ ପଡୋଶୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ନଡିଆଗଛ ମାଲିକ ଏନେଇ ସାହି ସଭାକୁ ଲିଖିତ ବାବେ ଜଣାଇଥିଲେ । ସାହି ସଭା ନଡିଆ ନେଇଥିବା ବ୍ୟକ୍ତିଙ୍କୁ ସଭାକୁ ଡାକିଲେ । ହେଲେ କୌଣସି ପରିସ୍ଥିତିରେ ସେ ନଡିଆ ଫେରସ୍ତ କରିବେ ନାହିଁ ବୋଲି ସାହି ସଭାକୁ ରୋକଠୋକ ଭାବେ ଜଣାଇଦେଲେ । ସାହି ସଭାକୁ ଅମାନ୍ୟ କରିବା ଏବଂ ଆଲୋଚନାରେ ଅଂଶ ଗ୍ରହଣ ନକରିବା କାରଣକୁ ନେଇ ସାହି ସଭା ନଡିଆ ନେଇଯାଇଥିବା ବ୍ୟକ୍ତିକୁ ୫୦ ହଜାର ଟଙ୍କା ଜୋରୀମାନା ଧାର୍ଯ୍ୟ କରିବା ସହିତ ଉକ୍ତ ଘଟଣାର ବିଚାର ନସରିବା ପର୍ଯ୍ୟନ୍ତ ସାହି ବାଲା ନଡିଆ ନେଇଥିବା ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିବେ ବୋଲି ନିସ୍ପତି ନେଇଥିବା ଜଣାଯାଇଛି । ଉକ୍ତ ଘଟଣାକୁ ନେଇ ଓଡଗାଁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଖବର ପହଁଚି ନଥିଲେ ମଧ୍ୟ ଘଟଣା ସତ୍ୟ ବୋଲି ଜଣାପଡିଛି । ପୋଲିସ ଏନେଇ ଘଟଣାର ସତ୍ୟତା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ


