ads

Breaking News

ତିନୋଟି ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ଆମ ଗାଁ ଆମ ବିକାଶ ଯୋଜନାରେ ତିନୋଟି  ପ୍ରକଳ୍ପକୁ  ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ପାଇଁ ଉତ୍ସଗିତ କରିଛନ୍ତି  । ସେଗୁଡିକ ହେଲା  ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ବାଇଁଶବାଡି ଗ୍ରାମ କୋଠଘର, ସୁଆଣ୍ଡୋ ସେତୁ  ନିକଟରେ ଯାତ୍ରୀ ବିଶ୍ରାମଗୃହ ଓ ପରଚାପଡା ପଞ୍ଚାୟତର କଳା ପାହାଡ ଗ୍ରାମରେ ଶ୍ରୀରାମ ଚରିତ ମାନସ ପାରାୟଣ  ।  ବିଜେଡି କର୍ମୀ ମାନେ ବାଜା,  ବାଣ ଫୁଟାଇ ଉମା ଭାଇ ଜିନ୍ଦାବାଦ, ଶଙ୍ଖଚିହ୍ନ ଚିନ୍ଦାବାଦ ପକାଇ ଏକ ଶୋଭାଯାତ୍ରାରେ ବିଦାୟକଙ୍କୁ ପାଛୋଟି ଆଣିଥିବାର  ଦେଖାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଧୁବ ଚରଣ ଦାଶ, ସରପଞ୍ଚଚଞ୍ଚଳା ପାଣି, ରଶ୍ମିତା ପ୍ରଧାନ, ସମିତିସଭ୍ୟା ନିରୁପମା ବେହେରା, ସୁକାନ୍ତି ପାତ୍ର , ଆତ୍ମାର ସଭାପତି ବେବିଲାଲ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ସୁଶିଲ ସାହୁ ଓ ବିଜୁଯୁବ ବାହିନୀ ଙ୍କ ସହ ବିଭିନ୍ନ ମହିଳା ଗୋଷ୍ଠୀ ମାନେ ଉପସ୍ଥିତ ରହିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts