ପିପିଲି ଏନଏସିରେ ବିଧାୟକଙ୍କର ମାରାଥନ ଶିଳାନ୍ୟାସ
ପିପିଲି--- ପିପିଲି ଏନଏସିରେ ବିଧାୟକ ପ୍ରଦୀପ ମହାରଥୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିଶେଷ କରି ଏନଏସିର ୬ନଂ ୱାର୍ଡର କେନାଲ ବନ୍ଦ ଠାରୁ ମହାପାତ୍ର ବାବୁଘର ପର୍ଯ୍ୟନ୍ତ ଡ୍ରେନ ଓ ସିସି ରାସ୍ତାର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୯ ଲକ୍ଷ ୮୦ ହଜାର ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । କେନାଲବନ୍ଦ ଠାରୁ ଜବାହର ବିଦ୍ୟାପୀଠ ସିସି ରାସ୍ତା ସହିତ ପାଚେରୀ ନିର୍ମାଣ, ୬ ୩୦ ଲକ୍ଷ, ନରସିଂହପୁର ଗ୍ରାମରେ ୭ ଲକ୍ଷ ଟଙ୍କା ବ୍ୟୟରେ ଅଙ୍ଗନୱାଡି ଗୃହ, ବଗିଚା ଛକ ଠାରୁ ଅବୁତାହିରି ଘର ପର୍ଯ୍ୟନ୍ତ ସିସି ରାସ୍ତା ୯ ଲକ୍ଷ ୫ ହଜାର ଟଙ୍କା । ଏନଏସିର ୭ ନଂ ୱାର୍ଡରେ ଧନେଶ୍ୱର ଠାକୁରାଣୀଙ୍କ କମ୍ୟୁନିଟ ହଲ ୨ ଲକ୍ଷ, ୯ ନଂ ୱାର୍ଡରେ ଜୟଗୁରୁ ଆଶ୍ରମ ପରିସରରେ କମୁନିଟ ଶୌଚାଳୟ ପାଇଁ ୪୭୪ ଲକ୍ଷ, ଗୋପାଳଜିଉ କମ୍ୟୁନିଟ ହଲ ୫ ଲକ୍ଷ, ୧୧ନଂୱାର୍ଡରେ ପଡେଇଶୁଣି ମନ୍ଦିର ପର୍ଯ୍ୟନ୍ତ ସିସି ରାସ୍ତା ୨ ଲକ୍ଷ, ୪ନଂୱାର୍ଡରେ ଭବାନୀପୁର କମ୍ୟୁନିଟ ହଲ୧୭ ଲକ୍ଷ, ୯ନଂ ୱାର୍ଡରେ ଏନଏସି ଅଫିସ ଠାରୁ ଜଟଣୀ ପିପିଲି ରାସ୍ତା ପର୍ଯ୍ୟନ୍ତ ଡ୍ରେନ ଓ ରାସ୍ତା ପାଇଁ ୧୬. ୩୧ଲକ୍ଷଟଙ୍କା ରହିଥିବା ବେଳେ ୨ନଂ ୱାର୍ଡରେ ଦଜିସାହି ଠାରୁ ଦୁଲାଦେଇ ଠାକୁରାଣି ମନ୍ଦିରର ତୋରଣ ଓ ପାଚେରୀ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଏନଏସିର ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନାଙ୍କ ଠାରୁ ପ୍ରକାଶ । ସେହିପରି ଓରକଳ ଗ୍ରାମ ପଞ୍ଚାୟତର ଧାନପୁର ଗ୍ରାମ ମୁଣ୍ଡରେ ଗ୍ରାମ୍ୟ ପାଇପି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ବିଧାୟକ ଶ୍ରୀ ମହାରଥୀ ଭୁମିପୂଜା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୮୧ ଲକ୍ଷ ଟଙ୍କା ରାଜ୍ୟ ପାନୀୟ ଜଳ ଯୋଗାଣ ଓଡିଶା ସରକାରଙ୍କ ପାଣ୍ଠିରୁ ମଞ୍ଜୁର କରାଯାଇଥିବା ବିଭାଗୀୟ ଏସଡିଓ ବସନ୍ତ ନାୟକ କହିଥିଲେ । ବିଭାଗୀୟ କନିଷ୍ଠଯନ୍ତୀ ନିବେଦିତା ପ୍ରାଣିଗ୍ରାହୀ ସେଠାରେ ମଧ୍ୟ ଉପସ୍ଥିତ ରହିଥିଲେ । ବିଭିନ୍ନ ୱାର୍ଡକୁ ବିଧାୟକ ଶ୍ରୀ ମହାରଥୀ ଯିବା ସମୟରେ ମହିଳା, ଯୁବକ, ପୁରୁଷ ମାନେ ସ୍ୱାଗତ କରିବା ସହ ତାଙ୍କୁ ସମର୍ଥନ କରି ଗ୍ରାମକୁ ପାଛୋଟି ନେଉଥିବା ଦେଖାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମାର ସଭାପତି ଧରଣୀଧର ସାହୁ, ଏନଏସିର ପୂର୍ବତନ ଅଧ୍ୟକ୍ଷ ଏସ.କେ. ବାବୁ, ବ୍ଳକ ସାଂସଦଙ୍କ ପ୍ରତିନିଧି ପ୍ରଫୁଲ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଛୋଟରାୟ, ଆଇନଜିବୀ ଶ୍ରୀଧର ପ୍ରଧାନ, ଯୁବନେତା ପ୍ରଫୁଲ ସାହୁ , ବିଜୁଯୁବ ବାହିନୀ, ମହିଳା ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ବିଧାୟକ ଶ୍ରୀ ମହାରଥୀ ଭବାନୀପୁର ଠାରେ ବସି ମୁରବୀ ଲୋକ ମାନଙ୍କ ସହ ଆଲେଚନା କରୁଥିବା ସମୟରେ ଜଣେ ବୟଜ୍ୟେଷ୍ଟ ମା ସତେ ଯେପରି ପୁଅକୁ ବହୁ ଦିନ ହେବ ଦେଖିନଥିବା ପରି ଆଉଁସି ପକାଇଥିଲେ । ଏଥିରୁ ପ୍ରମାଣିତ ହୋଉଛିକି ଶ୍ରୀ ମହାରଥୀଙ୍କ ପ୍ରତି ମହିଳା ମାନଙ୍କର କେଉଁପରି ସ୍ନେହ ରହିଛି ତାହା ପ୍ରମାଣିତ ଆଜି ହୋଇଯାଇଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର



