ସଂଖ୍ୟାଲଘୁ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସଂଖ୍ୟାଲଘୁଙ୍କ ପାଇଁ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପାଇଁ ବିଧାୟକ ଶ୍ରୀ ସାମନ୍ତରାୟ ଶନିବାର ଅପରାହ୍ନରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଧାୟକ ସାଂସ୍କୃତିକ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ସଂଖ୍ୟାଲଘୁ ସଂପ୍ରଦାୟର ମୁରବୀ ମାନେ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ଶିବାନନ୍ଦ ସ୍ୱାଇଁ, ୩୧ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରା, ଦୁଗଲ ସରପଞ୍ଚ ପ୍ରକାଶ ଖଟେଇ,ପେଣ୍ଠପଡା ସମିତିସଭ୍ୟା ଗୀତାରାଣି ଭୋଇ, ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ଯୁବ ସଂଗଠକ ସୁନିଲ ପଣ୍ଡା, ଶଙ୍କର ପ୍ରଧନା, ସୁରେନ୍ଦ୍ର ସାହୁ, ଦେବେନ୍ଦ୍ର ମହାପାତ୍ର, ସୁବାଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



