ads

Breaking News

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କ୍ୟାମ୍ପସରେ ଭୌଗୋଳିକ କର୍ମଶାଳା




ଜଟଣୀ --ସେଞ୍ଚୁରିଅନ୍ ୟୁନିଭରସିଟି ଜଟଣି କ୍ୟାମ୍ପସ୍ ପରିସରରେ ପ୍ୟାନ୍‌ ଇଣ୍ଡିଆ (ଟ୍ରିମ୍ବଲ୍) ସହଯୋଗିତାରେ  ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇଛି ।ଏହି କର୍ମଶାଳାକୁ କ୍ୟାମ୍ପସ୍‌  ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢି ଏବଂ ଡିନ ଡକ୍ଟର ସୁଜତା ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ପ୍ୟାନ୍‌ ଇଣ୍ଡିଆର କର୍ମକର୍ତ୍ତା ଶ୍ରୀ ଉମେଶ କୁମାର ଏବଂ ଶ୍ରୀ ଭି. ଶର୍ମା ସହଯୋଗିତାରେ କର୍ମଶାଳା ପରିଚାଳନା
କରାଯାଇଥିଲା | ଉତ୍କଳ ବିଶ୍ବବିଦ୍ୟାଳୟର ଭୂଗୋଳ ବିଭାଗ ପ୍ରଫେସର ଡକ୍ଟର ଆଶିଷ କୁମାର ପାଢି ଏଥ୍‌ରେ ବକ୍ତା ଭାବରେ ଯୋଗ ଦେଇଥିଲେ। ଭୁବନେଶ୍ବର କ୍ୟାମ୍ପସର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଡକ୍ଟର କମଲ କୁମାର ବାରିକ ଛାତ୍ର ଛାତ୍ରୀ ମାନଙ୍କୁ ସାମ୍ପ୍ରତିକ ଅତ୍ୟାଧୁନିକ ସର୍ଭେ ଜ୍ଞାନ କୌଶଳର ଉପଯୋଗିତା ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା
କରିଥିଲେ । ସ୍ମାର୍ଟ ଏବଂ ସବୁଜ ଭାରତର ଆଗମନ ସମୟରେ, ଜିଓସ୍ପାସିଆଲ ଡୋମେନ୍ ରେ ଉନ୍ନତ
ଯୋଜନା ଏବଂ ପରିଚାଳନା ପାଇଁ ପୁରାତନ, ସମୟ ସାପେକ୍ଷ ଏବଂ ସ୍ବଚ୍ଛ ସଠିକତା ସର୍ବେକ୍ଷଣ ପ୍ରଣାଳୀକୁ
ବଦଳାଇ ଅତ୍ୟାଧୁନିକ ସର୍ବେକ୍ଷଣ ଟେକ୍ନୋଲୋଜି ଯଥା ଟୋଟାଲ୍ ଷ୍ଟେସନ୍, ଜିପିଏସ୍ / ଜିଏନ୍ଏସ୍ଏସ୍.
ଡ୍ରୋନ୍ ଏବଂ ଲିଡାର୍ ର ବ୍ୟବହାର ଆବଶ୍ୟକତା ବିଷୟରେ  ବକ୍ତବ୍ୟ ରଖିଥିଲେ ।
କର୍ମଶାଳାରେ ଉଭୟ କ୍ୟାମ୍ପସର ଛାତ୍ର ଛାତ୍ରୀ ଏବଂ ସିଭିଲ୍ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନେ
ଅଂଶଗ୍ରହଣ କରିଥିଲେ। ଶେଷରେ ପାରଳାଖେମୁଣ୍ଡି କ୍ୟାମ୍ପସର ସିଭିଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ଡକ୍ଟର
ପ୍ରଫୁଲ୍ଲ କୁମାର ପଣ୍ଡା, କର୍ମଶାଳାରେ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୬/୨୦୨୩---୮,୪୫ Sakhigopal News,5/6/2023

ads

Blog Archive

Popular Posts