ads

Breaking News

ରାମହରି ଦାସ ଓଡିଶୀ ଗୁରୁକୂଳର ୯ମ ବାର୍ଷିକ ଉତ୍ସବ ଉଦଯାପିତ

   



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ସ୍ଥିତ ବଡହାଟ ଗ୍ରାମରେ ଥିବା ରାମହରି ଦାସ ଓଡିଶୀ ଗୁରୁକୂଳର ୯ମ ବାର୍ଷିକ ଉତ୍ସବ ଗୁରୁକୂଳ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ  ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଗୁରୁକୂଳର ଅଧ୍ୟକ୍ଷ ଗୁରୁ ଧନେଶ୍ୱର ସ୍ୱାଇଁ  ଉଦଯାପିତ ସଭାରେ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ରାମହରି ଦାସ  ,କବି ମଙ୍ଗଳା ପ୍ରସାଦ ଯୋଗ ଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗୁରୁକୂଳର ସମ୍ପାଦକ ଗୁରୁ ହିମାଂଶୁ ଶେଖର ନାୟକଙ୍କ ତତ୍ୱବଧାନରେ ତିନିଦିନ ଧରି ଗୁରୁକୂଳ ମହୋତ୍ସବ ପାଳିତ ହୋଇଥିଲା । ଗୁରୁକୂଳର ଓଡିଶୀ କଣ୍ଠସଂଗୀତ ବିଭାଗ ପକ୍ଷରୁ ବୃନ୍ଦ ଓଡିଶୀ ଶାସ୍ତ୍ରୀୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗାୟନ କରାଯାଇଥିବା ବେଳେ ଗୁରୁକୂଳର ଓଡିଶୀ ମର୍ଦ୍ଦଳ ବିଭାଗର ଛାତ୍ର ମାନଙ୍କ ଦ୍ୱାରା ବୃନ୍ଦ ଓଡିଶୀ ମର୍ନ୍ଦଳ ବାଦନ କରାଯାଇଥିଲା । ସେହିପରି ଗୁରୁକୂଳର ଓଡିଶୀନୃତ୍ୟୁ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃନ୍ଦ ଶାସ୍ତ୍ରୀୟ ଓଡିଶୀ ଓ ଲୋକନୃତ୍ୟୁ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ କୁ  ଆଇନଜୀବୀ ଅଞ୍ଜନ କୁମାର ହୋତା ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୪/୨୦୨୩----୯,୧୦ Sakhigopal News,9/4/2023


ads

Blog Archive

Popular Posts