ads

Breaking News

ପୂର୍ବତନ ଶିକ୍ଷା ଓ ଆଇନମନ୍ତ୍ରୀ ଗଙ୍ଗାଧର ମହାପାତ୍ରଙ୍କ ସତରତମ ଶ୍ରାଦ୍ଧ ଦିବସ ପାଳିତ



ସାକ୍ଷୀଗୋପାଳ-----  ପୂର୍ବତନ ଶିକ୍ଷା ଓ ଆଇନମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଭାବେ ସତ୍ୟବାଦୀରେ ପରିଚିତ ଗଙ୍ଗାଧର ମହାପାତ୍ରଙ୍କ ୧୭ତମ ବାର୍ଷିକ ଶ୍ରାଦ୍ଧ ଦିବସ ଜନ୍ମସ୍ଥାନ ବିଶ୍ୱନାଥପୁରର ଗୋପିନାଥ ଦେବ ବିଦ୍ୟାପୀଠ ପରିସରରେ  ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ମୁଣ୍ଡରେ ଥିବା ଶ୍ରୀ ଗୋପିନାଥ ଦେବଙ୍କମନ୍ଦିର ପାଶ୍ୱର୍ରେ ସ୍ଥାପିତ ସ୍ୱର୍ଗତ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଏକ ସ୍ମୃତି ସଭାର ଆୟୋଚନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଗଙ୍ଗାଧର ସ୍ମୃତି କମିଟିର ସଭାପତି ତଥା ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ପୁତ୍ର ତଥା ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷକ ରାଧାକାନ୍ତ ଦାଶ, ଆଇନଜୀବୀ ପୁଷ୍କର ମହାପାତ୍ର , ସ୍ମୃତି କମିଟିର ସମ୍ପାଦକ ବିପିନ ବିହାରୀ  ଦଳାଇ, ସତ୍ୟବାଦୀ ସେବା ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ରଥ ଓ ବାସୁଦେବ ସାହୁଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହିତ ଅନ୍ୟମାନେ ଯୋଗଦେଇ ସ୍ୱର୍ଗତ ଶୀ ମହାପାତ୍ରଙ୍କ ନିଷ୍ଠା ଓଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେବା ସହ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ପାଇଁ ଆର୍ଥିକ ସହାୟତା ଗଙ୍ଗାଧର ସ୍ମୃତି କମିଟି ପକ୍ଷରୁ ପ୍ରଦାନ କରାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୩----୭,୧୦  Sakhigopal News,6/4/2023

ads

Blog Archive

Popular Posts