ads

Breaking News

ବରକେରା ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

  ‌‌‌   
      ଡେଲାଙ୍ଗ -----  ‌ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରୀ ଛାତ୍ରମାନଙ୍କ ମଧ୍ୟରେ ବକ୍ତୃତା ଓ ଡ୍ରଇଂ ପ୍ରତିଯୋଗିତା କରାଯାଇଥିଲା। ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ। ଏଥିରେ ଯୋଗ ଦେଇଥିଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ , ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ, ବଂଶୀଧର ମହାପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦେଇଥିଲେ। ଉତ୍କଳ ପ୍ରଦେଶ ଗଠନରେ ଯେଉଁ ମହାମନିଷୀ ମାନଙ୍କର ଅବଦାନ ଥିଲା, ସେମାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାପାଇଁ ବକ୍ତାମାନେ ଆହ୍ବାନ ଦେଇଥିଲେ।ଆମ ମାତୃଭାଷାର କିଭଳି ରକ୍ଷା କରାଯାଇ ପାରିବ ସେଥିପ୍ରତି ଜତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଆମ ରାଜ୍ୟରେ ପ୍ରତ୍ୟେକ ଦପ୍ତରରେ କିଭଳି ଓଡ଼ିଆରେ କାର୍ଯ୍ୟ କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା।           ‌                      ଉଚ୍ଚ ହେବା ପାଇଁ କରଯେବେ ଆସା ‌।  ଇଚ୍ଚ କର ତେବେ ନିଜ ମାତୃଭାଷା । ମାତୃଭୂମି ମାତୃ ଭାଷାର ମମତା ଯାହୃଦେ ଜନମି ନାହିଁ,ତାକୁ ଜଦି ଗ୍ୟାନି ଗୁଣରେ ଗଣିବା ଅଜ୍ଞାନ ରହିବେ କାହିଁ। ଏହି କବିତା ପାଠ କରାଯାଇଥିଲା।     ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ  ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୪/୨୦୨୩----୮,୨୦ Sakhigopal News,1/4/2023

ads

Blog Archive

Popular Posts