ads

Breaking News

ଅଳଗୁମ ପଞ୍ଚାୟତରେ କୁଷ୍ଠରୋଗ ସଚେତନତା



ସାକ୍ଷୀଗୋପାଳ ---- ଅଳଗୁମ ଗାଁ କଲ୍ୟାଣ ସମିତି ପକ୍ଷରୁ ଅଳଗୁମ ଗ୍ରାମ ପଞ୍ଚାୟତର ସଭାଗୃହ ପରିସରରେ ସ୍ପର୍ଶ କୁଷ୍ଠରୋଗ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।  ଗାଁ କଲ୍ୟାଣ ସମିତିର ସଦସ୍ୟା ମମତା ବରାଳ କୁଷ୍ଠ ରୋଗର କାରଣ, ନିରାକରଣ ଓ ଚିକିତ୍ସା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କୁଷ୍ଠ ରୋଗର ଚିକିତ୍ସା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ଵାରା ନିରୂପିତ ଚିକିତ୍ସାକୁ ବହୁବିଧ ଔଷଧ ପ୍ରଣାଳୀ ବା ଏମଡିଟି ଦ୍ଵାରା କୁଷ୍ଠ ସମ୍ପୁର୍ଣ୍ଣ ଆରୋଗ୍ୟ ହୋଇଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଠାରେ କୁଷ୍ଠ  ରୋଗର ଲକ୍ଷଣ ଦେଖାଯାଏ ତେବେ ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ ଅବା ନିକଟସ୍ଥ ଡ଼ାକ୍ତରଖାନାରେ ପରାମର୍ଶ ନେବା ପାଇଁ କୁହାଯାଇଥିଲା ।  ଅନୁଷ୍ଠିତ ସଭାରେ  ସ୍ଥାନୀୟ ସରପଞ୍ଚ ସରସ୍ୱତୀ ବିଶ୍ଵାଳ, ନାଏବ ସରପଞ୍ଚ ଧିରଞ୍ଜନ ବିଶ୍ଵାଳ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ଏସ୍ଓଜି ମହିଳା,ୱାଡ ସଭ୍ୟ,ସଭ୍ୟା ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୨/୨୦୨୩----୮,୧୫ Sakhigopal News,7/2/2023

ads

Blog Archive

Popular Posts