ads

Breaking News

ୟୁବି ହାଇସ୍କୁଲରେ ଭଞ୍ଜ ଜୟନ୍ତୀ ପାଳିତ


 


ଭଞ୍ଜନଗର---ଅପୂର୍ବ ବିଚକ୍ଷଣ ଵିଲକ୍ଷଣୀୟ ପ୍ରତିଭା  ଉତ୍କଳ ନାମକୁ ସାର୍ଥକ କରୁଥିବା ଯେଉଁ ସାରସ୍ୱତ ପ୍ରତିଭା ସମୂହ  ପୂର୍ବକ ଓଡ଼ିଆ ସାହିତ୍ୟକାଶରେ ଧ୍ରୁବତାରl ସଦୃଶ ନିଜର ଛବି ଚିର ଜ଼ାଜ୍ୱଲ୍ୟମାନ କରି ରଖିଛନ୍ତି ତନ୍ମଧ୍ୟରୁ ଓଜଶୀଳ ଭୋଜ ଗଜ ସଦୃଶ ପ୍ରତିଭା ତ ଅଟନ୍ତି ଅନେକ ଅଛନ୍ତି । ସେମାନଙ୍କ ସର୍ବାଗ୍ରେ ଯିଏ ଅଛନ୍ତି ସେ ଆଉ କେହି ନୁହନ୍ତି  ସେ ହେଉଛନ୍ତି କବିଗୁରୁ, ବୀରବର ,ଶବ୍ଦ ସମୁଦ୍ର  ଲଙ୍ଘନ କlରୀ ବାଣୀପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ।
ଏହି ସାରସ୍ୱତ ସାଧକଙ୍କ ଜୟନ୍ତୀ ପାଳନ ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ, ବିଦ୍ୟାଳୟ ର ଭଞ୍ଜ ସାହିତ୍ୟାନୁରାଗୀ ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର ଙ୍କ ସଂଯୋଜନା ରେ  ଅନୁଷ୍ଠିତ ସଭାରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭଞ୍ଜ ପ୍ରବକ୍ତା ତଥା ଗବେଷକ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ତଥା ପ୍ରାଧ୍ୟାପକ ଶ୍ରୀ ଡ. କମ୍ଭୁପାଣି ସାମନ୍ତ ଯୋଗ ଦେଇ ଉପେନ୍ଦ୍ର ଭଞ୍ଜ ଶବ୍ଦ ସମୁଦ୍ର ପାର କରିଛନ୍ତି    ମତ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଭଞ୍ଜ ସାହିତ୍ୟ ଗବେଷକ ଶ୍ରୀ ଡ଼. ସୁରେଷ ଚନ୍ଦ୍ର ପଣ୍ଡା ଏବଂ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାଶ କାବ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଭଞ୍ଜ ସାହିତ୍ୟ ରେ ସରଳ ମଧୁର ପଦାବଳୀ  ବୋଲି ଉଲେଖ କରିଥିଲେ I ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପ୍ରାକ୍ତନ ଓଡ଼ିଆ ବିଭାଗ ଅଧ୍ୟାପକ ତଥା ଅଧକ୍ଷ ଶ୍ରୀ କୃତିବାସ ବିଶ୍ୱାଳ ଏବଂ ଉପେନ୍ଦ୍ରଙ୍କ ସାହିତ୍ୟ ର ପଟାନ୍ତର ନାହିଁ ବୋଲି ମତ ପ୍ରକାଶ କରିଥିଲେ I ସଭାପତି ଶ୍ରୀ ଉମାକାନ୍ତ ନାହାକ ଉପେନ୍ଦ୍ର ଭଞ୍ଜ ହିଁ  ଉପେନ୍ଦ୍ର ଭଞ୍ଜ ଅଟନ୍ତି ଏବଂ ସେ ଅଟନ୍ତି ଜଣେ ଅଦ୍ୱିତୀୟ ବିନ୍ଧାଣି ବୋଲି ମତ ଦେଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୩----୯,୧୦ Sakhigopal News,17/2/2023

ads

Blog Archive

Popular Posts