୧୧୧ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ
ପୁରୀ---- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ,ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ବଳଙ୍ଗା ଥାନା ଅଧୀନ ଭାଣପୁର ଗ୍ରାମରେ ଚଢ଼ାଉ କରିଥିଲେ। ଉକ୍ତ ଗ୍ରାମର ପ୍ରଫୁଲ୍ଲ କୁମାର ପରିଡା , ବୟସ -49ର୍ଙ୍କୁ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମାହଲ ଛକରୁ ତାଙ୍କ SUZUKI Scooty Registration No-OD 02 CD 4650 ସହ ଗିରଫ କରି ତାଙ୍କ ନିକଟରୁ 110 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିବାରେ ସଫଳ ହୋଇଛନ୍ତି। ଏହା ସହିତ ₹15,000 ଟଙ୍କା ମଧ୍ୟ ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ -138/22-23ରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 11,00000 (ଏଗାର ଲକ୍ଷ)ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ SI ଶ୍ରୀ ନାରାୟଣ ବେହେରା, SI ଶ୍ରୀମତୀ ସ୍ୱୟଂପ୍ରଜ୍ଞା ସୁଭଦର୍ଶନୀ ନାଏକ,ASI ଶ୍ରୀ ଲୋକନାଥ ପାତ୍ର,Staff- ସୁଶ୍ରୀ ସଂଗୀତା ସ୍ୱାଇଁ,ଫିରୋଜ ମହାନନ୍ଦିଆ, ବିଶ୍ୱଜିତ ମହାପାତ୍ର ଆଶିଷ କୁମାର ପ୍ରଧାନ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି,୭/୨/୨୦୨୩----୮,୧୦ Sakhigopal News,7/2/2023



