ads

Breaking News

ସ୍କୁଲ ପଡିଆରୁ ବ୍ରାଉନସୁଗାର ବେପାରୀ ଗିରଫ



ଜଟଣୀ -- ଜଟଣୀ ସ୍ଥାନୀୟ ଅଞ୍ଚଳ କୁଦିଆରୀ ଗ୍ରାମର ଏମ. ଇ. ସ୍କୁଲ ପଡିଆରୁ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଛି l ସ୍ଵଚନା ମୁତାବକ ପୂର୍ବରୁ ନିଶା ବେପାରିଙ୍କ ପେଣ୍ଠସ୍ଥଳୀ କୁଦିଆରୀ ବଜାର ତାର ଆଖ୍ୟା ବଜାୟ ରଖିଛି l ଧୀରେ ଧୀରେ ଏହା ଗ୍ରାମକୁ ବ୍ୟାପିଲାଣି l ଏକ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସର ଏକ  ସ୍ୱତନ୍ତ୍ର ଟିମ କୁଦିଆରୀ ଗ୍ରାମର ଏମ. ଇ. ସ୍କୁଲ ପଡିଆରେ ଅତର୍କିତ ଚଢ଼ାଉ କରି ଘଟଣା ସ୍ଥଳରୁ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ହାଡପଡା ଗ୍ରାମର ଅଣତିରିଶ ବର୍ଷୀୟ ରାକେଶ କୁମାର ହରିଚନ୍ଦନ (ଦିପୁ) ଏବଂ ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଗ୍ରାମର ଲୋକନାଥ ମହାପାତ୍ର(ଲୋକା)। ଅଭିଯୁକ୍ତଙ୍କ ଠାରୁ ମୋଟ ୫. ୫ ଗ୍ରାମ ବ୍ରାଉନସୁଗାର, ଦୁଇଟି ମୋବାଇଲ ଫୋନ ଏବଂ ଏକ ହିରୋହୋଣ୍ଡା ପ୍ୟାସନ ପ୍ରୋ ମୋଟର ସାଇକଲ ଜବତ କରାଯାଇଛି l ଦୁଇ ଅଭିଯୁକ୍ତ ଏହି ବ୍ରାଉନସୁଗାରକୁ ବାଲେଶ୍ୱର ଜିଲ୍ଲାରୁ ଆଣି ଜଟଣୀର ବିଭିନ୍ନ ଅଂଚଳର ସାଧାରଣ ଲୋକଙ୍କୁ ବେଆଇନ ଭାବେ ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି l ସେମାନଙ୍କ ମଧ୍ୟରୁ ଲୋକନାଥ ମହାପାତ୍ର (ଲୋକା) ନାମରେ ପୂର୍ବରୁ ଦୁଇଟି ମାମଲା ରହିଥିବା ପୋଲିସ ତଦନ୍ତରୁ ଜଣାପଡିଛି l ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କେସ ନଂ ୫୯  ରେ ଏକ ମାମଲା ୠଜୁକରି ଆଜି କୋର୍ଟ ଚାଲାଣ କରିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୨/୨୦୨୩----୧୦,୨୫ Sakhigopal News,20/2/2023

ads

Blog Archive

Popular Posts