ads

Breaking News

ବାଳିକାମାନଙ୍କୁ ବିପଦରେ ସହାୟ ହେବ ଆତ୍ମରକ୍ଷା ପ୍ରଶିକ୍ଷଣ



ଡେଲାଙ୍ଗ -ଆଜିର ସମାଜରେ ବାଳିକାମାନେ ନିଜ ଆଡକୁ ଆସୁଥିବା ଆସୁଥିବା ବିପଦରୁ ନିଜକୁ ରକ୍ଷା କରିବାରେ ବାଳିକାମାନଙ୍କୁ ଦିଆଯାଉଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଅନେକ ମାତ୍ରାରେ ସାହାଯ୍ୟ କରିବ ବୋଲି ଶିକ୍ଷକ ମାନେ କହିଛନ୍ତି । ପୁରୀ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୪୬ ଜଣ  ଛାତ୍ରୀଙ୍କୁ  ନିଜକୁ ରକ୍ଷା ପାଇବା ପାଇଁ ଆତ୍ମରକ୍ଷାର ବିଭିନ୍ନ ଶାରୀରିକ କୈଶଳ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷିକା ରାଜଲକ୍ଷ୍ମୀ ରାଉତ ରାୟ ଓ ବିଷ୍ଣୁପ୍ରିୟା ପରିଡ଼ା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଦଯାପନୀ ଦିବସରେ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ, କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀ, ଶିକ୍ଷକ ଅଭୟ ଚରଣ ସାହୁ,ମାନସ ସ୍ବାଇଁ, ନାରାୟଣ ବରାଳ, ସୋମନାଥ ବେହେରା,ଟିକେଇ ଦଳାଇ,କ୍ରିଡା ଶିକ୍ଷୟିତ୍ରୀ ପ୍ରିୟତମା ସାହୁ, ସତ୍ୟଭାମା ବେହେରା,ପାପଲିନ୍ ପ୍ରଧାନ ପ୍ରମୁଖ ଯୋଗଦେଇ ଏହାକୁ ଅଭ୍ୟାସ ମାଧ୍ୟମରେ ନିଜକୁ ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ ରଖିବାକୁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୨/୨୦୨୩----୮,୧୦ Sakhigopal News,13/2/2023

ads

Blog Archive

Popular Posts