ads

Breaking News

ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ୍ ପରାମର୍ଶ ଦକ୍ଷତା ମେଳା ଅନୁଷ୍ଠିତ



ଭଞ୍ଜନଗର--- ଭଞ୍ଜନଗର ଉପଖଣ୍ଡ ପଞ୍ଚାୟତ ସମିତି ଠାରେ ଏକ ବ୍ଲକ ସ୍ତରୀୟ ଦକ୍ଷତା ମେଳା ଅନୁଷ୍ଠିତ  ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ  ଉନ୍ନୟନ ଅଧିକାରୀ, ଅତିରିକ୍ତ ବ୍ଲକ ଉନ୍ନୟନ  ଅଧିକାରୀ, ବ୍ଲକ ଉପାଧ୍ୟକ୍ଷା, ଆଞ୍ଚଳିକ ନିଯୁକ୍ତି ନିଁର୍ଧେଶକ ଅଧିକାରୀ ଙ୍କ ସହ ଗଞ୍ଜାମ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ବୈଷକ୍ୟ ଶିଳ୍ପ ତାଲିମ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତା ଯୋଗ ଦାନ ଦେଇଥିଲେ । ଏଠାରେ ଆରମ୍ଭ  ହେବାକୁ ଯାଉଥିବା ନୂତନ ଶିଳ୍ପ ତାଲିମ ଅନୁଷ୍ଠାନ ଭଞ୍ଜନଗର ର ଅଧକ୍ଷ ମହାଶୟ ଇଂ ଲୋକେଶ ପଟନାୟକ ଯୋଗ ଦେଇ ସଭାରେ ଅନୁଷ୍ଠାନ ର ବିଭିନ୍ନ ଶୁଭିଧା ସୁଯୋଗ ବିଷୟରେ କହିବା ସହିତ କିପରି ଛାତ୍ରଛାତ୍ରୀ ମାନେ ସେଠାରେ ନିଜର ନାମ ପଞ୍ଜିକରଣ କରିବେ ଏବଂ ନିଜର ଦକ୍ଷତା ବିକାଶ ଦିଗରେ ଆଗେଇ ଆସିବେ ତାହା ପାରିଲକ୍ଷିତ କରିଥିଲେ । ଏତଦବ୍ୟତୀତ ସମାଜସେବୀ ଶ୍ରୀ ଶୁଳପାଣି ସଥପଥି ସଭାକୁ ଶୃଙ୍ଖଳା ର ସହିତ ତାରାନ୍ୱିତ କରିଥିଲେ । ଏଥିରେ ଯୋଗଦେଇଥିବା 80  ଜଣ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜର ଭବିଷ୍ୟତ କୁ ଶିଳ୍ପ ତାଲିମ ଅନୁଷ୍ଠାନ ରେ ଦକ୍ଷତା ବିକାଶ କରାଇବା ପାଇଁ ଇଛା ପ୍ରକାଶ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୨/୨୦୨୩-----୯,୫୫ Sakhigopal News,28/2/2023

ads

Blog Archive

Popular Posts