ads

Breaking News

ସୋମନାଥ ଦେବ ବିଦ୍ୟାପୀଠର ୧୯୮୯ ମାଟ୍ରିକ୍ ବ୍ୟାଚ୍ର ଛାତ୍ର ଛାତ୍ରୀଙ୍କର ବନ୍ଧୁ ମିଳନ

 


ଡେଲାଙ୍ଗ,----- ସୋମନାଥ ଦେବ ବିଦ୍ୟାପୀଠର ୧୯୮୯ ମାଟ୍ରିକ୍ ବ୍ୟାଚ୍ର ଛାତ୍ର ଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଉତ୍ସବ ହରିରାଜପୁର ମେଳନ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ସେମାନଙ୍କୁ ଶିକ୍ଷାଦାନ ଦେଉଥିବା ଗୁରୁଜୀ ମାନଙ୍କୁ ଆମନ୍ତ୍ରଣ କରାଯାଇ  ପୁଷ୍ପ ଗୁଛ,ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ହରିରାଜପୁର ସୋମନାଥ ଦେବ ବିଦ୍ୟାପୀଠର  ପ୍ରାକ୍ତନ ଶିକ୍ଷକ ବିବେକାନନ୍ଦ ଦଳେଇ,ପ୍ରଦୀପ୍ତ କୁମାର ପଟ୍ଟନାୟକ,ପ୍ରବୋଧ କୁମାର ମଙ୍ଗରାଜ,ଡ ଲକ୍ଷ୍ମୀଧର ବେହେରା,କ୍ଷୀରଦ କୁମାର ନନ୍ଦ,ଶ୍ୟାମ ସୁନ୍ଦର ପଣ୍ଡାଙ୍କ ସହ ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅକ୍ଷିଳ କୁମାର ପଣ୍ଡା ଯୋଗ ଦେଇ  ଛାତ୍ର ଛାତ୍ରୀ ମାନଙ୍କୁ ଆଶୀର୍ବାଦ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ସହ ତାଙ୍କ ପରିବାର ସଦସ୍ଯ ଉପସ୍ଥିତ ରହିଥିଲେ।ପୁରାତନ ବିଦ୍ୟାଳୟର ଅନୁଭୁତି ଓ ସ୍ମୃତି ଚାରଣ ପୂର୍ବକ ଆପାୟିତ କରାଇଥିଲେ ତାଙ୍କର ଗୁରୁଜୀ ମାନଙ୍କୁ।ପୁରାତନ ଛାତ୍ର  ଲାବନ୍ୟନ୍ଦୁ ଦଳେଇ,ଦିଲ୍ଲିପ କୁମାର ବେହେରା,ପ୍ରଶାନ୍ତ କୁମାର ବଡଜେନା, ଅଜିତ କୁମାର ବଡଜେନା,କୃତ୍ତିବାସ ବରିସଲ,ବାଉରିଆ ସାମନ୍ତରାୟ ଓ ପୁରାତନ ଛାତ୍ର ଇତିଶ୍ରୀ ପଟ୍ଟନାୟକ,ଭାରତୀ ସାହୁ,ଟୁନିମଣି ସାହୁ,ବୀଣାପାଣି ସାମନ୍ତରାୟ,ସୀମାଂଜଳୀ ପାତ୍ର ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ମାନସ ରଞ୍ଜନ ପଟ୍ଟନାୟକ।ଶେଷରେ ଉପସ୍ଥିତ ପ୍ରାକ୍ତନ ଗୁରୁଜୀ ମାନଙ୍କ ସହ ସମୂହ ଛାତ୍ର ଛାତ୍ରୀ ନୈଶ ଭୋଜନ ଏକତ୍ର କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧୨/୨/୨୦୨୩---୮,୧୦ Sakhigopal News,12/2/2023


ads

Blog Archive

Popular Posts