ads

Breaking News

ଲରମ୍ଭା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ



 ବରଗଡ଼----  ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଲରମ୍ଭା ସରକାରୀ ପ୍ରାଥମିକ ବିଦ୍ୟାଳୟ ର  ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ପଦ୍ମିନୀ ନାୟକ। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସାବିତ୍ରୀ ପଣ୍ଡା। ମୁଖ୍ୟବକ୍ତା ସମିତି ସଭ୍ୟ ସୁମିତ୍ରା ରଣା, ସମ୍ମାନିତ ଅତିଥି  ଭାବେ ଟାମ୍ପରସରା ସରପଞ୍ଚ ରାଜ କିଶୋର ଛନ୍ଦ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢି ଭବିଷ୍ୟତ ରେ ସୁନାଗରିକ ହୋଇ ସାମୁହିକ କାର୍ଯ୍ୟ, ମହାନ କାର୍ଯ୍ୟ ରେ ନିଜ କୁ ନିୟୋଜିତ କରି ଅନ୍ୟ ଉପକାର  , ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । ସିଆରସିସି କେଶବ ଛନ୍ଦ, ବିଜୟ ପଣ୍ଡା ପ୍ରମୁଖ  ଉପସ୍ଥିତ ରହିଥିଲେ।ପରିଶେଷରେ ବିଦ୍ୟାଳୟ ର ଶେଷରେ ବିଦ୍ୟାଳୟ ର  ଶିକ୍ଷୟତ୍ରୀ ସଂଧ୍ଯାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୨/୨୦୨୩---୯,୪୫ Sakhigopal News,28/2/2023

ads

Blog Archive

Popular Posts