ads

Breaking News

କାହ୍ନପୁରରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ



ସାକ୍ଷୀଗୋପାଳ----: ସତ୍ୟବାଦୀ ବ୍ଳକ କାହ୍ନପୁର ଗ୍ରାମର ଅଧିଷ୍ଠାତ୍ରୀ ମା କ୍ଷେତ୍ରପାଳି ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ  ଅଷ୍ଟପ୍ରହରୀ ନାମ ଯଜ୍ଞ ଏ ବର୍ଷ ମଧ୍ୟ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ବୁଧବାର ଉକ୍ତ ନାମ ଯଜ୍ଞ ଉଦଯାପିତ ହୋଇଯାଇଛି। ସୋମବାର ରାତ୍ର ଠାରୁ ବୁଧବାର ଭୋର ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବୁଧବାର ମଣ୍ଡଳ ଭକ୍ତମାନେ ନଗର ପରିଭ୍ରମଣ କରିଥିଲେ। କର୍ତ୍ତା କର୍ତ୍ତୀ ଭାବେ ଚରଣ ବରାଳ ଓ  କମଳା ବରାଳ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ। ଗ୍ରାମବାସୀଙ୍କ ଦ୍ବାରା ଦଧିହାଣ୍ଡି ଭଙ୍ଗ କରାଯାଇଥିଲା। ବିଭିନ୍ନ ଗ୍ରାମର ଆଠଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିଥିଲେ। କାହ୍ନପୁର ଗ୍ରାମର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୨/୨୦୨୩---୯,୫୦ Sakhigopal News,15/2/2023

ads

Blog Archive

Popular Posts