ads

Breaking News

ଇଶ୍ଵରୀୟ ବିଶ୍ଵବିଦ୍ୟାଳୟରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳିତ



ସାକ୍ଷୀଗୋପାଳ ----- ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଜାପତା  ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ସାକ୍ଷୀଗୋପାଳ ଉପ ସେବାକେନ୍ଦ୍ର ପରିସରରେ ମହା ଶିବରାତ୍ରି ଦିନରେ  ୮୭ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଞ୍ଚାଳିକା ବ୍ରହ୍ମା କୁମାରୀ ରାଜଯୋଗିନୀ ସଂଯୁକ୍ତା ଭଉଣୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପରମାତ୍ମା ଶିବଙ୍କ ଧରାପୃଷ୍ଠରେ ଅବତରଣର ସମ୍ପର୍କରେ  ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ୮୭ ତମ ଜନ୍ମଧ୍ୱଜା ଉତ୍ତୋଳନ ସହ ଏକ ଶାନ୍ତି ସନ୍ଦେଶ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମା କୁମାର ରଞ୍ଜନ, ସୁକାନ୍ତ, ବୃନ୍ଦାବନ, ଜଗନ୍ନାଥ ବ୍ରହ୍ମା କୁମାରୀ ମଞ୍ଜୁ,ସଞ୍ଚଳା ସମେତ ଶତାଧିକ ବ୍ରହ୍ମା କୁମାର ଓ ବ୍ରହ୍ମା କୁମାରୀ ଭାଇ ଭଉଣୀ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୨/୨୦୨୩-----୯,୩୫ Sakhigopal News,18/2/2023

ads

Blog Archive

Popular Posts