ads

Breaking News

ଭାଲେଣ୍ଟାଇନି ଡେରେ ; ଗୋଶାଳାରେ ଗୋ ମାତାଙ୍କୁ ଫୁଲ ଦେଇ ସେବା କଲେ

 


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ମହାବଳପଡା ଠାରେ ଥିବା ବରାଳ ବାଲୁଙ୍କେଶ୍ୱର ଦେବ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଗୋବିନ୍ଦ ଜିଉ ଗୋଶାଳା ପରିସରରେ ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ  ଭାଲେଣ୍ଟାଇନି ଡେରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଯୋଗ ଦେଇଥିବା ଅତିଥି ମାନେ କହିଥିଷଲ  ଆମ ସଂସ୍କୃତି ଆମ ପରମ୍ପରାକୁ ଅପବଂଶ କରିବା ପାଇଁ ଭାଲେଣ୍ଟାଇନି ଡେ ଭଳି ବ୍ୟବହାର କରାଯାଉଛି ।  ଆମେ ଯନି ଏହି ଦିନରେ ବା ଭଲ ପାଇବାରକୁ ମନେ ରଖିବା ତା ହେଲେ ପ୍ରଥମେ ନିଜର  ବାପା, ମା ଓ ଗୁରୁଜନ ମାନଙ୍କୁ ଭଲ ପାଅ  ତା ପରେ ଗୋ ମାତାଙ୍କୁ ସେବା କରନ୍ତୁ ତାଙ୍କୁ ଭଲ ପାଆନ୍ତୁ । ତା ହେଲେ ଭାଲେଣ୍ଟାଇନି ଡେ ପାଳନ କରିବାର ତାପର୍ଯ୍ୟ ସଠିକ ରହିବ ବୋଲି ଶ୍ରୀ ଶ୍ରୀ ଗୋବିନ୍ଦ ଗୋ ଶାଳାର ସଭାପତି ମହେଶ୍ୱର ପ୍ରଧାନ କହିଛନ୍ତି ।   ଅନ୍ୟ ମାନଙ୍କ ମଧ୍ୟରେ ବୈଷ୍ଠବ ବାବାଜି ଚରଣ ଦାସ, ସୁଧୀର ଚକବର୍ତ୍ତୀ, ଭିକାରି ଦାସ, ବିଭୂତି ଭୂଷଣ ସାମନ୍ତସିଂହାର, ସୁଜତା ସମାନ୍ତସିଂହାର, କୃଷ୍ଣଚନ୍ଦ୍ର ନାୟକ, ପ୍ରଭାତ କୁମାର ନାୟକ ପ୍ରତିମା ନାୟକ ଓ ରାମସ୍ୱର ଭାଇ ପ୍ରମୁଖ ଯୋଗ ଦେଇ ଆଜିର ଦିନକୁ ସମସ୍ତେ ଗୋ ସେବା ତଥା ଗୋ ମାତା ମାନଙ୍କୁ ଭଳ ପାଇବା ଦିବସ ଭାବେ ପାଳନ କରିଥିଲେ ।  ଗୋ ଶାଳାରେ ଥିବା ଗୋ ମାତା ମାନଙ୍କୁ ଫୁଲ ଦେଇ ସେମାନଙ୍କର ସେବା କରିବା ସହ ପାଚିଲା କଦଳୀ , ଗୁଡ ଓ ବିଭିନ୍ନ ଫଳମୂଳ ଗୋ ମାତା ମାନଙ୍କୁ ଖାଇବାକୁ ଦେଇଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୨/୨୦୨୩---୮,୧୦  Sakhigopal News , 14/2/2023

ads

Blog Archive

Popular Posts