ads

Breaking News

ଦର୍ଶକ ଙ୍କୁ ଭରପୁର ମନୋରଞ୍ଜନ ଦେଉଛି ଚଳଚିତ୍ରମହୋତ୍ସବ




ନୟାଗଡ---- ନୟାଗଡ ଜିଲ୍ଲାର,ଦଶପଲ୍ଲା ଚଳଚିତ୍ର ମହୋତ୍ସବ କମିଟି ଏବଂ ଫେସବୁକ ପେଜ ଆମ ନୟାଗଡ଼ ର ମିଳିତ ସହଯୋଗରେ ଲୋକକଳା ଗ୍ରାମ କୁଞ୍ଜବନ ଗଡ ,ମହାବୀର କ୍ଷେତ୍ର,ଦଶପଲ୍ଲା ଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତା ମୂଳକ  ଚଳଚିତ  ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ ସନ୍ଧ୍ୟା ତଥା ଶନିବାର ଦିନ ନୟାଗଡ଼ ବିଧାୟକ ଡ଼କ୍ଟର ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ  ଅତିଥି ରୂପେ ଯୋଗଦେଇଥିଲେ।ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶଶାଳୟ ର ଯୁଗ୍ମ ନିର୍ଦେଶକ ଡ଼.ସନାତନ ପଣ୍ଡା ,ଜିଲ୍ଲାପରିସଦ ସଭ୍ୟ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।ଶରତ ସାହୁ ମଞ୍ଚପରିଚାଳନା କରିଥିଲେ ଓ ଚନ୍ଦ୍ରବିଜୟୀ ମିଶ୍ର ସଂଯୋଜନା କରିଥିଲେ।ହାଡିବନ୍ଧୁ ମହାକୁଡ଼ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କମିଟି ସମ୍ପାଦକ ଶୁଭଶ୍ରୀ ସନମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚଳଚିତ୍ର ନିର୍ଦେଶକ୍ ,ପ୍ରଯୋଜକ,କର୍ମକର୍ତ୍ତା ଓ ସିନେ ପ୍ରେମି ପ୍ରମୁଖ ଉପସ୍ଥିତ ଥିଲେ । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୨/୨୦୨୩---୯,୪୫  Sakhigopal News,27/2/2023

ads

Blog Archive

Popular Posts