ads

Breaking News

ରୋଟାରୀ କ୍ଳବ ଓ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ରକ୍ତାଦାନ ଶିବିର ; ୩୫ ୟୁନିଟ ରକ୍ତ ସଂଗ୍ରହ



ସାକ୍ଷୀଗୋପାଳ------ ସତ୍ୟବାଦୀ ମହୋତ୍ସବ କମଟି ଓ ଭୁବନେଶ୍ୱର ରୋଟାରୀ କ୍ଳବ ର ମିଳିତ ସହଯୋଗରେ ସତ୍ୟବାଦୀର ପାନ୍ଥଶାଳା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୫ ଜଣ ଯୁବକ, ଯୁବତୀ  ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ରୋଟାରୀ କ୍ଳବର ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ସଭାପତି ଜ୍ୟୋତି ରଜ୍ଞନ ମହାପାତ୍ର, ସମ୍ପାଦକ ସୁନିଲ କୁମାର ଦେ, ଉପଦେଷ୍ଠା ଅନୀଲ ଶାହାଙ୍କ ସହିତ ସତ୍ୟବାଦୀ ମହୋତ୍ସବ କମିଟିର ସମ୍ପାଦକ ଜାନକୀ ବଲ୍ଲଭ ବରାଳ, ସଂଯୋଜକ ତଥା ଜୟପୁର ପଞ୍ଚାୟତର ସମିତିସଭ୍ୟ ଦୀପକ ଶତପଥୀ, ୩୨ନଂ ଜୋନର ସମିତିସଭ୍ୟା ବିଷ୍ଠୁପିୟା ବରାଳ ପ୍ରମୁଖ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ପୁରୀ ରକ୍ତ ଭଣ୍ଡାରର ଅଧିକାରୀ ମାନେ ରକ୍ତ ସଂଗ୍ରହ କରିବା ସହିତ ରକ୍ତଦାତା ମାନଙ୍କୁ ମାନପତ୍ର ଓଆୟୋଜକ ମାନଙ୍କ ପକ୍ଷରୁ ଏକ ମାନପତ୍ର ପ୍ରଦାନ କରାଯାଇଥିଲା ।  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆଇନଜୀବୀ ସୁଶାନ୍ତ କୁମାର ରଥ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୩---୭.୧୦   Sakhigopal News, 26/2/2023

ads

Blog Archive

Popular Posts