ads

Breaking News

ମହାଶିବରାତ୍ରି ଉପଲକ୍ଷେ କବିତା ଆସର



ସାକ୍ଷୀଗୋପାଳ------ -ପବିତ୍ର ମହାଶିବରାତ୍ରି ଅବସରରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ଲକ୍ଷେଶ୍ବର ମନ୍ଦିର ପରିସରରେ ଗ୍ରାମୀଣ କବିତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ବସନ୍ତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମହାଶିବରାତ୍ରୀର ତାପ୍ତର୍ଯ୍ୟ, ସଂସ୍କୃତି ରକ୍ଷା, ପରିବେଶ ସୁରକ୍ଷା ସମ୍ବନ୍ଧୀୟ କବିତା ପାଠ କରାଯାଇଥିଲା । କବିତା ଗୁଡ଼ିକ  ସମୀକ୍ଷା କରିଥିଲେ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ ଓ  ସମାଜସେବୀ ରବିନ୍ଦ୍ର କୁମାର ଷଡଙ୍ଗୀ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବୟିତ୍ରୀ ସୁଜାତା ଦେବୀ । ଗବେଷକ  ଭୀମସେନ ମହାପାତ୍ର, ବରିଷ୍ଠ ପ୍ରଧାନଶିକ୍ଷକ ବିଭୁତି ଭୁଷଣ ହୋତା, ଲକ୍ଷ୍ମୀ ପ୍ରସାଦ ପାଣି,  ବୁଦ୍ଧିଜୀବି ସମ୍ପୁର୍ଣ୍ଣାନନ୍ଦ ମିଶ୍ର,କବୟିତ୍ରୀ ବିଶାଖା ଦେବୀ,ସୁନନ୍ଦା ମହାନ୍ତି, ଇତିଶ୍ରୀ ମହାପାତ୍ର, ଗାନ୍ଧୀପ୍ରେମୀ ଅନାମ ମଲ୍ଲିକ, ଶିକ୍ଷକ ଅଭୟ ଚରଣ ସାହୁ ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ପାଠ,ଶିବଙ୍କ ମହିମା ଗାନ ସମ୍ବନ୍ଧୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ କବି ଦିଗମ୍ବର ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୨/୨୦୨୩---୯,୧୦ Sakhigopal News,18/2/2023

ads

Blog Archive

Popular Posts