ଖରାଦିନ ଆରମ୍ଭରୁ ୩୧୬ନଂ ଜାତୀୟ ରାଜପଥ କରରେ ଜଳୁଛି ନିଆଁ
ସାକ୍ଷୀଗୋପାଳ---- ଖରାଦିନ ଆରମ୍ଭରୁ ଏ ବର୍ଷ ଖରା ତାତି ଅଧିକ ହେବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ୩୧୬ନଂ ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଜଳୁଛି ନିଆଁ । ବ୍ୟବସାୟୀ ଓ କଲ୍ୟାଣମଣ୍ଡପ,ବେସରକାରୀ ସଂସ୍ଥା ପକ୍ଷରୁ ରାସ୍ତା କରରେ ବଜ୍ୟବସ୍ତୁ ଗୁଡିକ ପ୍ରଥମେ ଡମ୍ପିୟାଡ କଲେ ।ଏବେ ଖରା ଦିନ ହେବାରୁ ସେ ଗୁଡିକ ଶୁଖି ଯିବାରୁ ସେଥିରେ ନିଆଁ ଲଗାଇ ଦିଆଯାଉଛି । ଯାହା ଫଳରେକି ଦିନ ଦିନଧରି ଜାତୀୟ ରାସ୍ତା କରରେ ନିଆଁ କୁହୁଳିବା ସହିତ ଅଘଟଣ ଘଟୁଛି । ସେହି ରାସ୍ତାରେ ଜଣେ ମଟର ସାଇକେଲ ଆରୋହୀ ଯାଉଥିବା ସମୟରେ ପବନ ବୋହିବାରୁ ନିଆାଁ ଲାଗିଥିବା ସ୍ଥାନରୁ ନିଆଁ ଝୁଲ ଉଡି ଆସି ମଟର ସାଇକେଲରେ ଯାଉଥିବା ମହିଳାଙ୍କ ଲୁଗାରେ ପଡିବାରୁ ଲୁଗାଟି ଜଳି ଉଠିଥିଲା । ମାତ୍ର କୌଣସି ଅଘଟଣ ହେବା ଆଗରୁ ମହିଳା ଜଣକ ଏହା ଜାଣି ପାରି ତୁରନ୍ତ ପିନ୍ଦିଥିବା ଲୁଗାରୁ ନିଆଁକୁ ଲିଭାଇଥିଲେ । ମାତ୍ର ସେ ଏ ବିସୟରେ କାହାକୁ କିଛି ନକହି ନିଜ ଭାଗ୍ୟ ଖରାପ ବୋଲି କହି ପଳାଇଯାଇଥିଲେ । ଅନ୍ୟ ପକ୍ଷେ ରାସ୍ତା କରରେ ଥିବା ଗଛ ଗୁଡିକ ଏହି ନିଆଁ ଧାସରୁ ରକ୍ଷା ପାଉନାହାନ୍ତି । ସାକ୍ଷୀଗୋପାଳ ବ୍ଳକ ଛକ ନିକଟ ସହିତ ଅନେକ ଯାଗାରେ ରାସ୍ତା କରରେ ନିଆଁ ଲାଗିଥିବାର ଜଣାପଡିଛି । ତୁରନ୍ତ ରାସ୍ତା କରରେ ନିଆଁ ଲଗାଉଥିବା ବ୍ୟକ୍ତି ବିଶେଷଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ରାସ୍ତା କରରେ ଲାଗିଥିବା ନିଆଁକୁ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ କରାଯିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ସତ୍ୟବାଦୀର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୨/୨୦୨୩---୮,୧୦ Sakhigopal News, 8/2/2023

.jpg)

