ads

Breaking News

ପ୍ରୟାସ ପରିବାର ପକ୍ଷରୁ ଆବାସ ଯୋଜନା ଦୁର୍ନୀତିମୁକ୍ତ କରିବା ପାଇଁ ସତ୍ୟବାଦୀ ବ୍ଳକ ପରିସରରେ ଗଣ ବିକ୍ଷୋଭ

 


ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକରେ ଆବାସ ଯୋଜନା ଦୁର୍ନୀତିମୁକ୍ତ କରିବା ପାଇଁ ପ୍ରୟାସ ପରିବାର ପକ୍ଷରୁ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନଙ୍କ ନେତୃତ୍ୟରେ ସତ୍ୟବାଦୀ ବକୁଳବନ ଠାରୁ ପ୍ରାୟ ଦୁଇ ହଜାର ମହିଳା ପୁରଷ ମାନେ ହାତରେ ବିଭିନ୍ନ ଲେଖା ଥିବା ଫାକ୍ଳଡ ଧରି ସାକ୍ଷୀଗୋପାଳ ବଜାର ଦେଇ ବ୍ଳକ କାର୍ଟ୍ୟାଳୟ ଠାରେ ପହଞ୍ଚିଥିଲା । ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।  ଫନିରେ ଭାଙ୍ଗି ଯାଇଥିବା ଘର ପରିବାର ମାନେ ଆଜି ପର୍ଯ୍ୟନ୍ତ ସାହାର୍ଯ୍ୟ ପାଇଲେ ନାହିଁ । ଯେଉଁ ଆବାସ ଯୋଜନା ଆସିଛି ସେଥିରେ ନଡାଛପର ପରିବାର ବା ପଲିଥିନି ୍‌ତଳେ ରହିଥିବା ପରିବାର ଲୋକମାନେ ଏବେ କୋଠାଘର ହୋଇଗଲା କୋଠାଘର ପରିବାର ଗୁଡିକ କିପରି ନଡାଛପର ଘର ହେଲାବୋଲି ବ୍ଳକ ପ୍ରଶାସନ ପକ୍ଷରୁ ସଭାରେ ପଚାରିଥିଲେ । ତୁରନ୍ତ ଏହି ମୁହଁ ଚୁହାଁନୀତି ତୁରନ୍ତ ବନ୍ଦ କରି ନଚେତ ଅଗାମୀ ଦିନରେ ପ୍ରୟାସ ପରିବାର ଲହାର ସଠିକ ଜବାବ ଦେବ ବୋଲି ପ୍ରାଚୁର୍ଯ୍ୟ ହୋତା କହିଥିଲେ । ଏଥିରେ କୃଷକ ନେତା କୃଷ୍ଣ ଚନ୍ଦ୍ର ଜଗଦେବ, ନାବାର୍ଡର ସଂଯୋଜକ ପ୍ରାଚୁର୍ଯ୍ୟ ହୋତା,ଜିଷ୍ଣୁଜୟମତ ଗଜଦେବ, ଟୁଟୁ ବଡଜେନା, ପ୍ରକାଶ ଆଚାର୍ଯ୍ୟ, ସୁରଥ ବେହେରା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ଦେଇଥିବା ଆବାସ ଯୋଜନା ତୁରନ୍ତ ଦୁର୍ନୀତି ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ଏକ ଦାବିପତ୍ର ସତ୍ୟବାଦୀ ବିଡିଓ ଲୋଚନ ଦାସଙ୍କୁ ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପିପିଲି ଏସଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଫୋସ ସହିତ ଉପସ୍ଥିତ ରହିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୨/୨୦୨୩---୭.୧୦   Sakhigopal News , 27/10/2023

ads

Blog Archive

Popular Posts