ads

Breaking News

ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଜନମଙ୍ଗଳ ସେବା ସଂଗଠନ




ଜଟଣୀ --ଜଟଣୀ ବ୍ଲକ ଅନ୍ତର୍ଗତ ଅଙ୍ଗାର ପଡ଼ା ପଞ୍ଚାୟତର "ପାଣିଅରା' ଗ୍ରାମର ଜନମଙ୍ଗଳ ସେବା ସଂଗଠନ ଦ୍ୱାରା ଜଟଣୀ ବ୍ଲକ ଅନ୍ତର୍ଗତ ବେଣା ପଞ୍ଜରୀ ପଞ୍ଚାୟତର ରାଣିପୁର ଗ୍ରାମର "ବାପା ମା ସେବା ଆଶ୍ରମ 'ରେ ରହୁଥିବା ନିଜ ପୁତ୍ରଙ୍କ ଠାରୁ ବିତାଡିତ ଅସହାୟ 45 ଜଣ ବୃଦ୍ଧ ,ବୃଦ୍ଧା ପିତାମାତା ମାନଙ୍କୁ ରନ୍ଧା ଖାଦ୍ୟ ସହ  ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ l ସର୍ବପ୍ରଥମେ ଆଶ୍ରମ ପରିସରରେ ଥିବା "ଗୋପ ବନ୍ଧୁଙ୍କ 'ପ୍ରତିମୂର୍ତ୍ତିରେ  ସଂଗଠକ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ସେବା କାର୍ଯ୍ୟରେ ଜନମଙ୍ଗଳ ସେବା ସଂଘର ଚିତ୍ତ ରଞ୍ଜନ ବେହେରା, ସୁଦୀପ୍ତ ସେଠୀ, ହୃଷିକେଶ ପ୍ରଧାନ, ଅଙ୍କିତ ସ୍ୱାଇଁ, ଦୀପକ ନାୟକ ସମେତ "ବାପା ମା 'ସେବା ଆଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା ଏବଂ ଆଶ୍ରମର ସମ୍ପାଦିକା ଜ୍ୟୋତି ମହାରଣା ଉପସ୍ଥିତ ଥିଲେ l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୩---୮,୩୫ Sakhigopal News,12/2/2023

ads

Blog Archive

Popular Posts