ବାଲିଗୁଡା ସହରବାସୀ ଙ୍କ ବହୁ ପ୍ରତୀକ୍ଷିତ ଆଶା ପୂରଣ ହୋଇଛି ;ନିର୍ମାଣ ହେବ ଇକୋ ପାର୍କ
କନ୍ଧମାଳ--- ବାଲିଗୁଡା ସହରବାସୀ ଙ୍କ ବହୁ ପ୍ରତୀକ୍ଷିତ ଆଶା ପୂରଣ ହୋଇଛି l ବାଲିଗୁଡା ସହର ର ଦଣ୍ଡପଦର ସ୍ଥିତ ଗୋଇବନ୍ଧ ଡ୍ୟାମ ନିକଟରେ ନିର୍ମାଣ ହେବ ଇକୋ ପାର୍କ l ଆଜି ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ, କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ବାଲିଗୁଡା ଏନ.ଏ.ସୀ ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଓ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଙ୍କ ଉପସ୍ଥିତ ରେ ଇକୋ ପାର୍କ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l ବାଲିଗୁଡା ସହର ରେ ପର୍ଯ୍ୟଟନ ର ବିକାଶ ନେଇ ଗୋଇବନ୍ଧ ଡ୍ୟାମ ନିକଟରେ ଇକୋ ପାର୍କ ନିର୍ମାଣ ନେଇ ବହୁ ଦାବି ହୋଇ ଆସୁଥିଲା l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଇବନ୍ଧ ଠାରେ ପର୍ଯ୍ୟଟନ ର ବିକାଶ ନେଇ ମେଗା ପ୍ରକଳ୍ପ ର ମଞ୍ଜୁର ପରେ ସହର ବାସୀ ଙ୍କ ଦୀର୍ଘ ଦିନ ର ଆଶା ପୁରଣ କରିଛନ୍ତି l ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ଇକୋ ପାର୍କ ବାଲିଗୁଡା ସହର ର ଗୋଇବନ୍ଧ ଠାରେ ନିର୍ମାଣ ହେବ l ଇକୋ ପାର୍କ ସହ ଜନସାଧାରଣ ୱ୍ୟାଚ ଟାୱାର, ଶିଶୁ ପାର୍କ ଓ ବୋଟିଙ୍ଗ ର ସୁବିଧା ସୁଯୋଗ ପାଇ ପାରିବେ l ବାଲିଗୁଡା ସହର ରେ ଇକୋ ପାର୍କ ପାଇଁ ମେଗା ପ୍ରକଳ୍ପ ର ଅନୁମୋଦନ ପରେ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଙ୍କୁ କୃତଜ୍ଞତା ଜଣେଇଛନ୍ତି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୮/୨/୨୦୨୩---୭,୪୫ Sakhigopal News,8/2/2023





