ଜଙ୍ଗଲ ନିଆଁକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧିନ ରମ୍ଭା ସେକସନର ପଇତାଗାଁ ଗ୍ରାମରେ ବନ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ପଇତାଗାଁ ବନ ସୁରକ୍ଷା ସମିତିକୁ ନେଇ ଜଙ୍ଗଲ ନିଆଁ ରୋକିବା ପାଇଁଏକ ସଚେତନତା କରାଯାଇଥିଲା । ସେହି ବାତ୍ତା ନେଇ ଗ୍ରାମ ପରିକ୍ରମା କରିବା ସହ ଆଗକୁ ଗ୍ରୀଷ୍ମରୂତୁ ଆସୁଥିବାରୁ ଜଙ୍ଗଲରେ ଯେପରି ନିଆ ନ ଲାଗିବ ତାହାରି ଉପରେ ସଚେତନତା ରହିବା ପାଇଁ ଲୋକମାନକୁ ସଚେତନତା କରାଯାଇଥିଲା। ଏକ ବୈଠକ ବୁଧବାର ଅନୁଷ୍ଠିତ ହେଇଥିଲା। ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ବନ୍ୟଜନ୍ତୁ ଓ ଜଙ୍ଗଲ ନଷ୍ଟ ହେବାଦ୍ବାରା ଅମ୍ଲଜାନ ମଧ୍ୟ ମିଳିବା କଷ୍ଟକର ହେବ ବୋଲି ଏହି ବୈଠକରେ ଉପସ୍ଥିତ ଥିବା ଅଥିତି ମାନେ କହିଥିଲେ ।ତେଣୁ ଜଙ୍ଗଲରେ ଯେପରି ନିଆଁ ନ ଆଗିବ ତାହାରି ଉପରେ ଗ୍ରାମବାସୀ ଓ ବନ ସୁରକ୍ଷା ସମିତି ନଜର ରଖବାପାଇଁ କହିଥିଲେ । ସ୍ବାତୀ ଅନୁଷ୍ଠାନର ମୁଜାଗଡ ଟିମ ଲିଡର ଭଗବାନ ସାହୁ ସଭାପତି ବୁଧିଆ ନାୟକ , ବାନପାଳ , ସଂଯୋଜକ ସୁନିଲ ପଣ୍ଡା , ବନରକ୍ଷୀ ଜିତୁ ସେଠୀ ଓ ଆନିମେଟର ଆସନ୍ତି ନାୟକସମେତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ରମ୍ଭା ବନପାଳ ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୨/୨୦୨୩---୭,୪୫ Sakhigopal News,8/2/2023



