ads

Breaking News

ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍



ବାଲିଗୁଡ଼ା: ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍ । ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣକାରୀ ଗିରଫ କରିବାରେ ପୋଲିସ ସଫଳ ହୋଇଛନ୍ତି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସବ୍ ଇନ୍ସପେକ୍ଟର ଆସୁତୋଷ ପାଇକରାୟ ନିଜ ଟିମ୍ ସହ ପେଟ୍ରୋଲିଂ କରୁଥିବା ସମୟରେ ଲଣ୍ଡା ଗାଁ ପଞ୍ଚାୟତର ଘୋଡାବାଲି ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ହେଉଥିବାବେଳେ ୬୨ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଗିରଫ ବ୍ୟକ୍ତି ଜଣକ ଘୋଡ଼ାବାଲି ଗ୍ରାମର ଦୌରଥ ବାଘ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୮/୨/୨୦୨୩----୮,୧୦ Sakhigopal News,8/2/2023

ads

Blog Archive

Popular Posts