ଦୁର୍ଘଟଣାକୁ ନିମନ୍ତ୍ରଣ; ମହୋତ୍ସବ ସରିବା ପରେ ମଧ୍ଯ ରାସ୍ତା ମଝିରେ ହୋର୍ଡିଂ ଗେଟ୍
ଓଡ଼ଗାଁ:- ଓଡ଼ଗାଁ ଏନ୍ଏସି ରାଜ୍ୟ ରାଜପଥ ଉପରେ ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ବଡବଡ ହୋର୍ଡିଂ ଗେଟ୍ ଲାଗିଥିଲା । ଏବେ ମହୋତ୍ସବ ଉଦଯାପିତ ହୋଇଯାଇଛି। ମାତ୍ର ରାସ୍ତା ଉପରୁ ଏହି ହୋଡି଼ଂ ଗେଟ୍ ହଟୁନି। ରାସ୍ତା ସଂକୀର୍ଣ୍ଣ କରିବା ସହ ଦୁର୍ଘଟଣା କୁ ନିମନ୍ତ୍ରଣ କରୁଛି। ଗତ ୨୬ ତାରିଖ ଠାରୁ ଆରମ୍ଭ କରି ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚାଲିଥିବା ବେଳେ ଆଜକୁ ମହୋତ୍ସବ ସରିବାର ୬ ଦିନରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାସ୍ତା ଉପରୁ ମହୋତ୍ସବ ଗେଟ୍ ଭଙ୍ଗା ଗଲାନାହିଁ। ବିଧାୟକ ଡ. ଅରୁଣ ସାହୁ ନିଜର ଅତ୍ୟଧିକ ବିଜ୍ଞାପନ ନିମନ୍ତେ ଏସବୁ କରୁଥିବା ଏବଂ ସେ ନିଜେ ତାଙ୍କ ଲୋକମାନଙ୍କ ପାଇଁ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଥିବା ଜଣସାଧାରଣରେ ଆଲୋଚନା ହେଉଛି। ତେବେ ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଏବଂ ଏହି ଗେଟ୍ ସ୍କୁଲ ଆଗରେ ଥିବାରୁ ଏହି ଜନଗହଳି ହୋଇରହିଥାଏ । ତେଣୁ ଦୁର୍ଘଟଣା ର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।, ଅନ୍ୟ ପକ୍ଷେ ଶୁଣିବାକୁ ମିଳେ ଯେ ଏହି ତୋରଣ କରିଥିବା ମାଲିକ ପଇସା ପାଇନଥିବାରୁ ରାସ୍ତା ଉପରୁ ତୋରଣ ସେ ହଟଉ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି । ତେଣୁ ଯଥାଶୀଘ୍ର ଉକ୍ତ ଗେଟ୍ କୁ ବାହାର କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ବିଧାୟକ ପାଖରେ ଦାବି ହେଉଛି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୫/୨/୨୩----୧୦,୪୫ Sakhigopal News,5/2/2023




