ads

Breaking News

ଭୂମିହୀନ ଲୋକଙ୍କୁ ସ୍ଥାୟୀ ପଟ୍ଟା ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ତହସିଲ ଦାରଙ୍କୁ ଦାବିପତ୍ର

 
 
ନୟାଗଡ଼---   ଖଣ୍ଡପଡା ତହସିଲ ଅନ୍ତର୍ଗତ ନାଗଝରର୧୫ରୁ ଉର୍ଦ୍ଧ୍ବ ଗ୍ରାମବାସୀ ରୟତ ଢୋଲମୋରା ବଡ଼ହରିଜନ ସାହି ଏବଂ ବଳରାମ ପ୍ରାସାଦ ମୁଣ୍ଡିଆ ସାହିର ମୋଟ ୨୬ ହରିଜନ, ଗରିବ, ଗୃହ ହୀନ ପରିବାରଙ୍କୁ ଗୃହ ପଟ୍ଟା ପ୍ରଦାନ ନିମନ୍ତେ ଦାବିକରି ଖଣ୍ଡପଡ଼ା ତହସିଲଦାରଙ୍କୁ ଭାରତ ବିକାଶ ପରିଷଦ ପକ୍ଷରୁ କ ଦାବିପତ୍ର ପ୍ରଦାନ କରାଯାଇଛି।
ଭରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି ଯେ  ଦୀର୍ଘ 70 ବର୍ଷରୁ  ପୁରୁଷକ୍ରମେ ସରକାରୀ ଜମିରେ ଘର କରି ରହିଆସୁଛନ୍ତି ଉକ୍ତ ପରିବାର। ବାରମ୍ବାର ତହସିଲଦାର, ଖଣ୍ଡପଡା, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମଧ୍ୟ ଏମାନଙ୍କୁ ପଟ୍ଟା ପ୍ରଦାନ କରାଯାଇନାହିଁ । ଯାହାଫଳରେ ପିଲା ମାନେ ଙ୍କ ପାଠ ପଢିବା ସହିତ ଜାତି ପ୍ରମାଣ ପତ୍ର ଓ ସରକାର ଦେଉଥିବା ଅନନ୍ୟା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତ ।
 OPLE ACT 1972 ଧାରା 7 (ଖ ) ଓ ଓ଼ OGLS ACT 1962 ଧାରା 3  2010 ମସିହାରେ ସଂସାଧିତ   ପ୍ରକାରେ ଗୃହ ହୀନ ପରିବାର ମlନେ ପଟ୍ଟା ପାଇବା ପାଇଁ  ଆଇନ ଥିବେ ସତ୍ୱେ ଖଣ୍ଡପଡା ରାଜସ୍ବ କର୍ମଚାରୀମାନେ ଜାଣିଶୁଣି ଏମାନଙ୍କୁ ପଟ୍ଟା ପ୍ରଦାନ ନକରି ହଇରାଣ ହରକତ ଓ ଶୋଷିତ କରିଆସୁଛନ୍ତି l
ହକ ଥିଲେ ମଧ୍ୟ ଜାଣିଶୁଣି ଜିଲ୍ଲା ପ୍ରଶାସନ  ରାଜନୈତିକ ମନ୍ଦ ଉଦେଶ୍ୟ ରଖି ଅବହେଳା ପ୍ରଦର୍ଶନକରିଆସୁଛନ୍ତି Iଏହି ଘଟଣା କୁ ନେଇ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଓ ନୟାଗଡ ଜିଲ୍ଲାସମ୍ପାଦକ ନିରଂଜନଦାସ ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଦାବି ପତ୍ର ପ୍ରଦାନ କରିଛନ୍ତି।ଘଟଣା ରୁଜଣାପଡ଼ିଛି ଯେ ଶାସନ ସଚିବ  ରାଜସ୍ବ  ବିଭାଗ ଙ୍କ ପତ୍ର ସଂଖ୍ୟା 31124 ତା 20 05.1989 ରେ  ରାଜ୍ୟର ସମସ୍ତ ଜିଲ୍ଲାପାଳ, RDC, ତହସିଲଦାର ଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି ଯେ ତା 10.03.1985 ରୁ ଯେଉଁ ଗରିବ ଜମିହୀନ, ଗୃହ ହୀନ  ମାନେ  ଯେଉଁ ସରକାରୀ ଜମିରେ ଗୃହ କରି ବସତି ସ୍ଥାପନ କରିଆସୁଛନ୍ତି  ତାଙ୍କୁ  ଓଡିଶା ପ୍ରେଭେନସନ ଅଫ ଲାଣ୍ଡ ଏନକାରୋଚମେଣ୍ଟ ଆକଟ 1972 ଧାରା 7 (2) ପ୍ରକାରେ  ପଟ୍ଟା ପ୍ରଦାନ କରାଯିବା ପାଇଁ ନିର୍ଦେଶ ରହିଛି।ଏ‌ହା ସତ୍ୱେ ତହସିଲଦାର ଖଣ୍ଡପଡା ପଟ୍ଟା ପ୍ରଦାନ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି ବୋଲି ଜଣାପଡିଛି।


    ପତ୍ର ପ୍ରାପ୍ତିର ଏକ ମାସ ମଧ୍ୟରେ  OPLE ACT 1972 ଧାରା 7(2) ପ୍ରକାରେ ପଟ୍ଟା ପ୍ରଦାନ କରାଯାଉ।  ନଚେତ ଭାରତ ବିକାଶ ପରିଷଦ ପକ୍ଷରୁ ତହସିଲଦାର ଙ୍କ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ ରେ ବସିବାପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏହା ସହିତ ଆବଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଆଶ୍ରୟ ନେବା ପାଇଁ ବାଧ୍ୟ ହେବୁ ବୋଲି ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏବଂନୟାଗଡ ଜିଲ୍ଲା ସମ୍ପାଦକ ନିରଂଜନ ଦାସ ପ୍ରମୁଖ କହିଛନ୍ତି।ଏହି ଦାବି ପତ୍ରକୁ ତହସିଲଦାର ଙ୍କୁ ପ୍ରଦାନ ସହ ଉପଜିଲାପାଳ ନୟାଗଡ, ଜିଲାପାଳ ନୟାଗଡ ,ରାଜସ୍ୱ କମିଶନର କଟକ ପ୍ରମୁଖ ଶାସନ ସଚିବ ରାଜସ୍ୱ ଓ ପ୍ରଶମନ ବିଭାଗ ଓଡିଶା ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି,। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୫/୨/୨୦୨୩----୧୧,୧୦ Sakhigopal News,5/2/2023 

ads

Blog Archive

Popular Posts