ଆବାସ ଜୋଜନାରେ ଭେଡେନ ବ୍ଳକ ରେ ବ୍ଯାପକ ଅନିୟମିତତା , ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର
ବରଗଡ଼---- ବରଗଡ ଜିଲ୍ଲା ଅର୍ନ୍ତଗତ ଅତାବିରା ନିର୍ବାଚନ ମଣ୍ଡଳୀର ବିଜେପିର ଏକ ପ୍ରତିନିଧିଦଳ ଭେଡେନ ବ୍ଲକ କୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଜୋଜନାରେ ଭେଡେନ ବ୍ଳକ ରେ ବ୍ଯାପକ ଅନିୟମିତତା ହୋଇଛି । ତୁରନ୍ତ ଯୋଗ୍ଯ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ ଜୋଜନାରେ ସାମିଲ କରିବା ନିମନ୍ତେ ଭେଡେନ ବିଡିଓ ରଘୁନାଥ ପାଣିଗ୍ରାହୀ ଙ୍କ ଜରିଆରେ ରାଜ୍ୟପାଳ ଓଡିଶାଙ୍କ ଉଦ୍ଦେଶ୍ଯରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରତିନିଧି ଦଳ ମଧ୍ୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର,ଜିଲ୍ଲା ସମ୍ପାଦକ ଯଶୋବନ୍ତ ସେଟ, ବରଗଡ ଲୋକସଭା ସାଂସଦ ପ୍ରତିନିଧି ବିପିନ ଭୂସାଗର, ବରିଷ୍ଠ ନେତା ଉର୍କୁଲ ତାଣ୍ଡି, ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ଜୟଦେବ ପଧାନ, , ବରିଷ୍ଠ କାର୍ଯ୍ଯ କର୍ତ୍ତା ସରୋଜ ମିଶ୍ର, ଲକ୍ଷ୍ମଣ ପଣ୍ଡା, ଜୟନ୍ତ ହୋତା, ରଶ୍ମୀ ରଞ୍ଜନ ପାଢ଼ୀ, ରଂଜନ ସାହୁ , ସୁରୁବାବୁ କର୍ମୀ, ଶଶି ମହାପାତ୍ର, ଚନ୍ଦ୍ର ତାଣ୍ଡି, ପ୍ରମୋଦ ବିଶି,ଦେବୀପ୍ରସାଦ ମିଶ୍ରଙ୍କ ସମେତ ସହୁ ବିଜେପି କର୍ମୀ ଓ ହିତାଧିକାରୀ ମାନେ ଉପସ୍ଥିତ ରହି ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୨/୨୦୨୩---୧୦---୧୦ Sakhigopal News,5/2/2023



