ଫକୀର ଚରଣ ପାଢ଼ୀ ଙ୍କ " ତୁଷାର ମାନଵ ପୁସ୍ତକ'ଲୋକାର୍ପିତ
ସାକ୍ଷୀଗୋପାଳ : ବିଶିଷ୍ଟ ସାହିତ୍ୟିକ ଫକୀର ଚରଣ ପାଢ଼ୀ ଙ୍କ ରଚିତ "ତୁଷାର ମାନଵ ' ପୁସ୍ତକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ସତ୍ୟବାଦୀର ପଞ୍ଚସଖା ସମାଧି ପୀଠ ରେ ଉତ୍କଳ ସମ୍ମିଳନୀ ପୂରୀ ଜିଲ୍ଲା ଶାଖା ପକ୍ଷରୁ ପାଳିତ ହେବା ସହ ପୁସ୍ତକ ଲୋକାର୍ପିତ ହୋଇଯାଇଛି | ସଭାପତି ତଥା ଗବେଷକ ଭୀମସେନ ମହାପାତ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ କବୟିତ୍ରୀ ବିଶାଖା ଦେବୀ, ସୁରେନ୍ଦ୍ର ମହାପାତ୍ର ,କବି ରଶ୍ମୀ ରଞ୍ଜନ ସାହୁ, କବି ବିଜୟ କୁମାର ପରିଡା, ଶିକ୍ଷକ କବି ଅଭୟ ଚରଣ ସାହୁ, ପ୍ରକୃତିମିତ୍ର ତଥା ସବୁଜ କବି ଆଇନଜୀବୀ ହୃଷୀକେଶ ପାଢ଼ୀ, କବି ଅଶୋକ ପ୍ରଧାନ, ଡ଼ଃ ହେମନ୍ତ କୁମାର ଛୋଟରାୟ, ଉପ ସଭାପତି ଅନାମ ଚରଣ ମଲ୍ଲିକ, ତପନ କୁମାର ପ୍ରଧାନ ଓ ବାପୁନି ବେହେରା ପ୍ରମୁଖ ଯୋଗଦେଇ ମଧୁବାବୁ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ, ଧୂପ ଦୀପ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ସହ ଗୁଣଗାନ କରିଥିଲେ | " ତୁଷାର ମାନଵ ' ଏକ ଭିନ୍ନ ଧରଣର ବିଜ୍ଞାନ ଭିତ୍ତିକ ପୁସ୍ତକ ହୋଇଥିବାରୁ ଏହା ପାଠକମାନଙ୍କ ମନକୁ ଛୁଇଁବ ବୋଲି ଅତିଥି ମାନେ ନିଜ ନିଜ ଭାଷଣରେ ମତ ପ୍ରକାଶ କରିଥିଲେ । " କୁମୁକା ଜଙ୍ଗଲ ରୁ ଐତିହ୍ୟ ବକୁଳବନ ସୁରକ୍ଷା ଅଭିଯାନ ର ସାରଥୀ ହୃଷୀକେଶ ପାଢ଼ୀ ସାଙ୍ଗରେ ନେଇଥିବା ଚାରା ରୋପଣ କରିବା ସହ ପରିବେଶ ସୁରକ୍ଷା କବିତା " ଲଗାଇବା ଗଛ ଜାତିକି ଜାତି 'ଆବୃତ୍ତି କରି ଜନସଚେତନତା ସୃଷ୍ଟି କରିଥିଲେ | ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୨/୨୦୨୩----୯,୩୦ Sakhigopal News,5/2/2023



