ଜଙ୍ଗଲ ନିଆଁକୁ ରୋକିବା ପାଇଁ ସଚେତନତା ଶିବିର
ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧିନ ଡହ ସେକସନର ଡହ ଗ୍ରାମରେ ବନ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ଡହ ବନ ସୁରକ୍ଷା ସମିତିକୁ ନେଇ ଜଙ୍ଗଲ ନିଆଁ ରୋକିବା ପାଇଁଏକ ସଚେତନତା ବାତ୍ତା ସହିତ ଗ୍ରାମ ପରିକ୍ରମା କରାଯାଇଥିଲା। ଆଗକୁ ଗ୍ରୀଷ୍ମରୂତୁ ଆସୁଥିବାରୁ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ସଚେତନତା ରହିବା ପାଇଁ ଲୋକମାନକୁ ସଚେତନତା କରାଯାଇଥିଲା । ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ବନ୍ୟଜନ୍ତୁ ଓ ଜଙ୍ଗଲ ନଷ୍ଟ ହେବାଦ୍ବାରା ଅମ୍ଲଜାନ ମଧ୍ୟ ମିଳିବା କଷ୍ଟକର ହେବ ବୋଲି ଏହି ବୈଠକରେ ଉପସ୍ଥିତ ଥିବା ଅଥିତି ମାନେ କହିଥିଲେ ।ତେଣୁ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ଗ୍ରାମବାସୀ ଓ ବନ ସୁରକ୍ଷା ସମିତି ନଜର ରଖବାପାଇଁ କହିଥିଲେ । ସ୍ବାତୀ ଅନୁଷ୍ଠାନର ମୁଜାଗଡ ଟିମ ଲିଡର ଭଗବାନ ସାହୁ,ସଭାପତି ହର୍ଷ ବେହେରା , ବନରକ୍ଷୀ ମଦନମୋହନ ରାଉଳ, ଆନିମେଟର ସୋନାଲି ବେହେରା ,ବନରକ୍ଷୀ ସିମାଞ୍ଚଳ ମିଶ୍ର ସମେତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଡହ ବନପାଳଓ ସମ୍ପାଦକ ଟୁନା ମଳିକ ପରିଚାଳନା କରିଥିଲେ । ସ
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ଙ୍କ ରିପୋର୍ଟ,୭/୨/୧/୨୦୨୩---୫,୧୦ Sakhigopal News,7/2/2023



