ads

Breaking News

ମନ୍ଦିର ପ୍ରତିଷ୍ଠା ପାଇଁ ଘଟ ସ୍ଥାପନ, ଶୁକ୍ରବାର ଠାକୁର ମନ୍ଦିର ସିଂହାସନକୁ ବିଜେ



ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ଜୟପୁର- ସାରଙ୍ଗଯୋଡି ରାସ୍ତାର ମୁଦୁଲିସାହି ଗ୍ରାମ ମୁଣ୍ଡରେ ନୂତନ ଭାବେ ତିଆରି କରାଯାଇଥିବା ଶିବ ମନ୍ଦିର ସହିତ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନିଦିନ ଧରି ଯଜ୍ଞ ଆରମ୍ଭ ହୋଇଛି । ଆଜି ଜୟପୁର ଗ୍ରାମର ଶତାଧିକ ଯୁବକ, ମହିଳା ମାନେ ସାକ୍ଷୀଗୋପିନାଥଙ୍କ ଚନ୍ଦନପୋଖରୀରୁ କଳସ ବୁଡାଇଥିଲେ । ସେଠାରେ ସ୍ରୋତୀୟ ବାହ୍ମଣଙ୍କ ଦ୍ୱାରା ଅଭିମନ୍ତ୍ରୀତ କରାଯିବା ପରେ ଛତି, ତ୍ରାସ, ବୈରଖ, ଘଣ୍ଟ, ଘଣ୍ଟି, ବାଜା କାହାଳୀ ସହିତ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ପ୍ରାୟ ଦୁଇ କିଲୋମିଟର ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚିଥିଲେ । ବାହ୍ମଣ ଶିବ ମିଶ୍ର ଓ ପୂର୍ଣ୍ଣମିଶ୍ରଙ୍କ ତତ୍ୱବଧାନରେ ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । କର୍ତ୍ତା ଭାବେ ଦେବଦତ୍ତ ସମାନ୍ତରାୟ ଓ କର୍ତ୍ତୀ ଭାବେ ଆରଧାନ ସାମନ୍ତରା ଓ ଲକ୍ଷ୍ମୀଧର ଶତପଥି ଓ ସୁଧାଂଶୁ ବାଲା ଶତପଥି କର୍ତ୍ତା କର୍ତ୍ତୀ ଭାବେ କାର୍ଯ୍ୟତୁଲାଇଛନ୍ତି । ଜୟପୁର ଗ୍ରାମ ବାସୀ ମାନଙ୍କ ସହଯୋଗରେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଅବସରରେ ଗ୍ରାମର ସମସ୍ତଙ୍କ ଦାଣ୍ଡ ଦୁଆରରେ କଳସ ସହିତ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୨/୨୦୨୩---୮,୧୦   Sakhigopal News, 8/2/2023

ads

Blog Archive

Popular Posts