ଓସ୍ତିଆ ସେବା ସମବାୟ ସମିତି ଲିଃ ନୂତନ ସମ୍ପାଦକ ଦାୟିତ୍ୱ ନେଲେ
କଟକ----- କଟକ ଜିଲ୍ଲା ବାଙ୍କୀ ବ୍ଲକ ଓସ୍ତିଆ ସେବା ସମବାୟ ସମିତି ଲିଃ ନୂତନ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିବା ରମେଶ ସାହୁ ଓ ଓସ୍ତିଆ ସେବା ସମବାୟ ସମିତି ର କାର୍ଯ୍ୟକାରୀ ସଭାପତି ଓ ନିର୍ଦେଶକ ମାନଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ପୂର୍ବତନ ସମ୍ପାଦକ ଶ୍ରୀନିବାସ ମନ୍ତ୍ରୀ, ଶ୍ରୀ ସାହୁ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଶ୍ରୀ ସାହୁ ଙ୍କୁ ସଭାପତି ଭରତ ଚନ୍ଦ୍ର ବେହେରା ଓ ସଭ୍ୟମାନେ ସ୍ୱାଗତ ଜଣାଇଥିଲେ । ସମିତି ଦୃନୀତି ମୁକ୍ତ ହୋଇ ଚାଲିବା ପାଇଁ ସଭାପତି ଶ୍ରୀ ଭରତ ଚନ୍ଦ୍ର ବେହେରା ନୂତନ ସମ୍ପାଦକ ଶ୍ରୀ ସାହୁ ଙ୍କୁ ପରାମର୍ଶ ଦେଇଥିଲେ । ଚାଷୀମାନେ କିପରି ସୁଚାରୁ ରୂପେ ଋଣ ପାଇବେ ଓ ସଠିକ ସମୟରେ ଋଣ ପରିଶୋଧ କରିବେ, ଚାଷୀମାନଙ୍କ ଋଣ ମଂଜୁର ପାଇଁ ଜମିଜମା, ଆଧାରକାର୍ଡ଼, ଭୋଟର କାର୍ଡ ଓ ଆକାଉଣ୍ଟ ନମ୍ବର ଦେଇ ପଞ୍ଜିକୃତ କରିବା ପାଇଁ ସଭାରେ ସଭାପତି ଆଗତ କରାଇଲେ । ପରିଶେଷରେ ସଭାପତି ଓ ସମ୍ପାଦକ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୮/୨/୨୦୨୩----୮,୫୦ Sakhigopal News,8/2/2023



