ads

Breaking News

ଜଙ୍ଗଲ ଓ ପଶୁ ଚିକିତ୍ସା ଅଧିକାରୀଙ୍କ ଉଦ୍ୟମ ସତ୍ବେ ;ଚିକିତ୍ସାଧୀନ ଅସୁସ୍ଥ ହାତୀଶେଷରେ ଆଖିବୁଜିଲା



ଭଞ୍ଜନଗର - ସମସ୍ତ ଉଦ୍ୟମ ସତ୍ବେ ବଞ୍ଚି ପାରିଲାନି ଅସୁସ୍ଥ ହାତୀ । ଆଜି (ବୁଧବାର) ଭୋର ସମୟରେ  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ଲେଙ୍ଗେଡା ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି । ଗତ କିଛିଦିନ ଧରି ଅସୁସ୍ଥ ହାତୀଟି କ୍ରିଆଝୋଳ ଗାଁ କୁ ଲାଗିରହିଥିବା ଜଙ୍ଗଲରେ ଏକା ହୋଇ ବୁଲୁଥିଲା  । ଅସୁସ୍ଥ ହାତୀକୁ ଠାବ କରିବା ପରେ ବନବିଭାଗ ପକ୍ଷରୁ ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସେ ଖାଦ୍ୟ ଖାଇ ପାରୁନଥିଲା ।  ନନ୍ଦନକାନନରୁ ଜଣେ ଡ଼ାକ୍ତର ଆସି  ହାତୀ କୁ ପ୍ରଥମେ ଟ୍ରାଙ୍କୁଲାଇଜ୍ କରି ନିସ୍ତେଜ କରିବା ପରେ ଚିକିତ୍ସା କରିଥିଲେ ।  ସେତେବେଳେ ଜଣାପଡିଥିଲା ଯେ ହାତୀ ଟିର ପାଟିରେ ସଂକ୍ରମଣ କାରଣରୁ ସେ ଅସୁସ୍ଥ ଥିଲା । ଚିକିତ୍ସା କରାଯିବାର ଦୀର୍ଘ ସମୟ ପରେ ହାତୀର ସଂଜ୍ଞା ଫେରିଥିଲା । ଏବଂ ସଂପୃକ୍ତ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।  କିଛି ସମୟ ପର୍ଯ୍ୟନ୍ତ ତାକୁ ନଜର ରଖିବାକୁ ବନବିଭାଗ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ନନ୍ଦନକାନନ ରୁ ଆସିଥିବା ଚିକିତ୍ସା କରିଥିବା  ଡାକ୍ତରଦଳ । ସେହିଦିନ ଠାରୁ  ହାତୀ ର ଚିକିତ୍ସା ଓ ତଦାରଖ ଜାରି ରଖିଥିଲା ବନବିଭାଗ ।  ବୁଧବାର ଭୋର ସମୟରେ ହାତୀର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୨/୨୦୨୩----୬,୧୦ Sakhigopal News,8/2/2023

ads

Blog Archive

Popular Posts