ads

Breaking News

ରିଲେ ଅନଶନ ଡାକରା ଏକ ଲୋକ ଦେଖାଣିଆ ; ନିର୍ବାଚନକୁ ଆଖି ଆଗରେ ରଖି ଏହା ଏକ ପ୍ରହସନ ବୋଲି ଜଣସାଧାରଣରେ ଆଲୋଚନା




ଜଟଣୀ ---ଆଜି ସ୍ଥାନୀୟ ସୀତାରାମ ଛକ ଠାରେ ଜଟଣୀ ନାଗରିକ କମିଟି ତରଫରୁ ଏଖରାଜତ ମାହାଲ ଭୁସମ୍ପତ୍ତି ଉପରେ ରାଜ୍ୟ ସରକାରଙ୍କ ଆଇନ ବିଭାଗର ନ୍ୟାୟିକ ମତ ଏବଂ ଏହା ଉପରେ ରାଜ୍ୟ ସରକାରଙ୍କ ସାତ ଜଣିଆ କମିଟିର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଅବହେଳା ପ୍ରତିବାଦରେ ରିଲେ ଅନଶନ ଆରମ୍ଭ  ହୋଇଛି l ସାଧାରଣ ଜନତାଙ୍କ ମତରେ ଯେଉଁ ମାନେ ଏଖରାଜତ ମାହାଲ ସମ୍ପତ୍ତି ଅବହେଳା ଉପରେ ଏତେ ଚିନ୍ତା ପ୍ରକଟ କରୁଛନ୍ତି ସେମାନଙ୍କ ଭାଇ ଏବଂ ପୂର୍ବରୁ ସମ୍ପର୍କ ରଖିଥିବା ଆଜିର ବିରୋଧୀ ଭାଇମାନେ ଜଟଣୀ ମନ୍ଦିର ପ୍ରଶାସନ ଅଧୀନରେ ଥିବା ହଜାର ହଜାର ଏକର ଜଗନ୍ନାଥ ଜମିକୁ ଜବର ଦଖଲ କରି ବିରାଟକାୟ ଅଟ୍ଟାଳିକା, ଫାର୍ମ ହାଉସ, ବିଭିନ୍ନ ଶିଳ୍ପ କାରଖାନା ତିଆରି କରିଛନ୍ତି l କିଛି ରାଜନେତା ଓ ମୁଷ୍ଟିମେୟ ଅସାମାଜିକ ବ୍ୟକ୍ତି ବିଭିନ୍ନ ଅନୁଷ୍ଠାନ ନାମରେ ଶିକ୍ଷାନୁଷ୍ଠାନ,କ୍ଲବ ଗୃହ, କଲ୍ୟାଣ ମଣ୍ଡପ, ମଦ ଦୋକାନ, ବୃକ୍ଷ ରୋପଣ ନାମରେ ସହ ସହ କାଜୁ ଗଛ ଲଗାଇ ଜଙ୍ଗଲ ନାମରେ ଜଗନ୍ନାଥ ଜମି ମାଡ଼ିବସିବା ନଜିର ଅଛି l ସହ ସହ ଏକର ଜଗନ୍ନାଥ ଜମିକୁ ମାଡିବସି ପ୍ଲଟିଂ କରି ସାଧାରଣ ଲୋକଙ୍କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସେହି ଟଙ୍କାରେ ନିଜକୁ ନେତା ବୋଲାଇ ବାହା ବାହା ନେଉଛନ୍ତି l ଜଗନ୍ନାଥ ମହାପ୍ରଭୁଙ୍କ ଏକର ଏକର ଜମି ଅକ୍ତିଆର କରି ପଥର ଖଣିକୁ ବିନା ନିଲାମରେ ମେସିନ ସାହାଯ୍ୟରେ କାଟି ୫୦ ରୁ ୧୦୦ ଫୁଟ ଗାତ କରି ପଥର ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି l ଜଟଣୀ ମୌଜାର ବିଭିନ୍ନ ଗ୍ରାମ ଯଥା କନ୍ତିଆ, ରଥିପୁର, କୁସୁମାଟି ଛଣଘର, ଜାମୁକୋଳି, ବୁଢାପଡା, ହରିରାଜପୁର ଜଗନ୍ନାଥ ଜମିରେ ଥିବା ମୁଣ୍ଡିଆର ପାଦ ଦେଶକୁ କାଟି ସେଥିରୁ ପଥର ଏବଂ ମୋରମ ବିକ୍ରିକରି ମାଲେମାଲ ହୋଇ ଜଟଣୀରେ ରାଜନେତା, ଜମିଦାର ବୋଲାଉଛନ୍ତି l ପ୍ରକୃତରେ ଏମାନେ ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକି ଜମି ଦଲାଲ ରୂପେ ପରିଚିତ l ପ୍ରକୃତରେ ଜନମତ ସର୍ଭେ ରୁ ଜଣା ପଡେ ଜଟଣୀ ମୌଜାରେ ଥିବା ଜଗନ୍ନାଥ ଜମି କିଭଳି ଭାବରେ ଅସତ ଉପାୟରେ ଓ ଚଞ୍ଚକତା କରି ଜଗନ୍ନାଥ ମନ୍ଦିର ପ୍ରଶାସନର ବିନା ଅନୁମତିରେ କିଣା ବିକା ହୋଇଅଛି ଏହାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରାଯାଇ ଚଞ୍ଚକତା କରି ଜଗନ୍ନାଥ ଜମିକୁ ନିଜ ନାମରେ ଦଲିଲ ବା ପଟ୍ଟା କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାରା ଓଡ଼ିଶାର ଜଗନ୍ନାଥ ପ୍ରେମୀ ଏବଂ ଜଟଣୀ ସହରରେ ବସବାସ କରୁଥିବା ଜନସାଧାରଣ ତଥା ବୁଦ୍ଧିଜୀବୀ ମାନେ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି l  ବର୍ତ୍ତମାନ କିଭଳି ଭାବେ ଜମିର ମାଲିକାନା ହାତେଇବେ ସେଥିପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଜନସାଧାରଣଙ୍କ ମତ l ତେଣୁ କରି ଏଖରାଜତ ମାହାଲ ଭୁସମ୍ପତି ଉପରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଜଗନ୍ନାଥ ଜମିକୁ ସୁରକ୍ଷା ଦେବାପାଇଁ ଓଡିଶା ସରକାର ଓ ମନ୍ଦିର ପ୍ରଶାସନ ଅଧିକାରୀ ମାନଙ୍କୁ ବିନୀତ ପାର୍ଥନା କରିଛନ୍ତି l ଅସତ ଉପାୟରେ ଚଞ୍ଚକତା କରି ଜଗନ୍ନାଥଙ୍କ ସହ ସହ ଏକର ଜମିକୁ ଜବର ଦଖଲ କରିଥିବା ଜବର ଦଖଲ କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜବର ଦଖଲ ହଟାଯାଉ ଓ ନିର୍ମାଣ ହୋଇଥିବା ଅଟ୍ଟାଳିକା, ମାର୍କେଟ କମ୍ପ୍ଲେକ୍ସକୁ ବେଦଖଲ କରାଯାଉ l ଜଗନ୍ନାଥ ଜମି ଉପରେ ବିଡିଏ କିଭଳି ଭାବରେ ମାର୍କେଟ କମ୍ପଲେକ୍ସ ଓ ଅଟ୍ଟାଳିକା ନିର୍ମାଣ ପାଇଁ ପରମିସନ ଦେଲା ତାହା କେତେଦୂର ଠିକ ଓ ଫାୟାର ଏବଂ ପଲ୍ୟୁସନ ବିଭାଗ କଣ ପାଇଁ ଚୁପ ବସିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l  ଓଡିଶା ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଜଗନ୍ନାଥ ଜମିକୁ ଜେନତେଣ ନିଜ ନାମରେ ନାମରେ ନାମିତ ପାଇଁ ଅଣ୍ଟା ଭିଡିଛନ୍ତି l କିନ୍ତୁ ଓଡିଶା ସରକାରଙ୍କୁ ଅନୁରୋଧ ଚାପ ମୁକ୍ତ ହୋଇ ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଯେଉଁ ବ୍ୟକ୍ତିମାନେ ସହ ସହ ଏକର ଜଗନ୍ନାଥ ଜମି ମାଡ଼ିବସିଛନ୍ତି ସାଗମାଛ ଦରରେ ଜବର ଦଖଲ କାରିମାନଙ୍କୁ ବିକ୍ରି କରାନଯାଉ l ଉଚିତ ପ୍ରାପ୍ୟ ନ ମିଳିଲେ ଜଗନ୍ନାଥ ଜମି କାହାକୁ ହସ୍ତାନ୍ତର କରା ନ ଯାଉ l ଯଦି କରାଯାଏ ଜଟଣୀ ଜନସାଧାରଣ ଆଇନର ଆଶ୍ରୟ ନେବେ ବୋଲି ଆଲୋଚନା ହେଉଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୨/୨୦୨୩----୮,୧୦ Sakhigopal News,3/2/2023

ads

Blog Archive

Popular Posts