ସତ୍ୟବାଦୀ ମହୋତ୍ସବ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ; ତିନିଦିନ ଧରି ଚାଳିବ ମହୋତ୍ସବ
ସାକ୍ଷୀଗୋପାଳ----- ଦୁଇ ବର୍ଷ ମହାମାରୀ କରୋନା ପରେ ଏ ବର୍ଷ ବହୁ ଆଡମ୍ବର ସହକାରେ ସତ୍ୟବାଦୀ ମହୋତ୍ସବ ପାଳନ ପାଇଁ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ଯୋରଦାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଚିଞ୍ଚି । ୧୦ ତାରିଖରୁ ସତ୍ୟବାଦୀ ମହୋତ୍ସବ ଆରମ୍ଭ ହୋଇ ୧୨ ତାରିଖ ବିଳମ୍ବିତ ରାତିରେ ଉଦଯାପିତ ହେବ । ଏହି ଅବସରରେ ମହୋତ୍ସବ ପାଇଁ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ଜାନକୀ ଭୂଷଣ ବରାଳ ବିଗତ ଦିନରେ କରାଯାଉଥିବା କାର୍ଯ୍ୟକ୍ରମ ଓ କେଉଁମାନେ କେଉଁ ଦାୟତ୍ୱ ତୁଳାଇଥାନ୍ତି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଶେଷ କରି ଯାନବାହନ ପାକ୍ିଂ ସୁବିଧା କରିବା ପାଇଁ ଆଲେଚନା କରାଯାଇଥିଲା । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବକୁଳବନ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ, ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ, ସଫେଇ ଓ ବିଭିନ୍ନ ଷ୍ଟଲ ସହିତ କିପରି ଶାନ୍ତିଶ୍ୟଙ୍ଗଳା ସହିତ ଶେଷ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ ମହୋତ୍ସବ କମିଟିର ସଭାପତି ଜାନକୀ ଭୂଷଣ ମିଶ୍ର ଓ ମହୋତ୍ସବର ସଂଯୋଜକ ଦୀପକ ଶତପଥି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୩---୭,୪୫ Sakhigopal News , 3/2/2023



