ads

Breaking News

୪୦ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ


ପୁରୀ ----ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପୁରୀ ଅବକାରୀ ଥାନା ଅଧିକାରୀ ସ୍ଵଂୟପ୍ରଜ୍ଞା ଶୁଭଦର୍ଶୀନୀ ନାୟକଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ଗୋପିନାଥପୁର ଅଞ୍ଚଳରେ ଚଢ଼ାଉକରି ଜଣେ ଆସାମୀଙ୍କୁ ଗିରଫ କରିବା ରେ ସଫଳ ହୋଇଛନ୍ତି। ବେଆଇନ ଭାବେ ଚୋରା ହିରୋଇନ୍ ବିକ୍ରି କରିବା ଅଭିଯୋଗରେ ଗିରଫ ହେଇଛନ୍ତି । ସୁକାନ୍ତ କୁମାର ମଲ୍ଲିକ, ବୟସ-୪୦ଗ୍ରାମ-ଗୋପିନାଥପୁର ଥାନା-ସଦର,ଜିଲ୍ଲା-ପୁରୀତାଙ୍କ ପାଖରୁ 70 ଗ୍ରାମ ହିରୋଇନ୍ ଜବତ କରି ପୁରୀ ଅବକାରୀ ଥାନା କେସ ନଂ-243/22-23 ରେ କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗରକୁ ପଠାଯାଇଛି। ଜବତ ହିରୋଇନ୍ ଅନୁମାନିକ ମୂଲ୍ୟ ପ୍ରାୟ 7,00,000 ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ A.S I ସନ୍ତୋଷ କୁମାର ନାୟକ, ମାନସ କୁମାର ମିଶ୍ର , ପୂର୍ଣ୍ଣଚନ୍ଦ୍ର ନାୟକ, staff- ଅଭିଜିତ ପ୍ରଧାନ, ଦୀନବନ୍ଧୁ ବାରିକ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୨/୨୦୨୩---୮,୪୫ Sakhigopal News,4/2/2023

ads

Blog Archive

Popular Posts