ପ୍ରଧାନମନ୍ତୀ ଆବାସରେ ଅନିୟମିତତା ;ବିଜେପିର ବ୍ଳକ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ
କନ୍ଧମାଳ-ପ୍ରଧାନମନ୍ତୀ ଆବାସରେ ଅନିୟମିତତା ଓ ,ଦୁର୍ନୀତି,ଭ୍ରଷ୍ଟାଚାର ବିରୋଧରେ ବାଲିଗୁଡା ବିଜେପିର ବ୍ଳକ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିଜେପି ଦଳ ପକ୍ଷରୁ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ବହୁସଂଖ୍ୟାରେ ନେତା ଓ କର୍ମୀ ବାଲିଗୁଡା ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରିଥିଲା ।ଏହି ଶୋଭାଯାତ୍ରା ବାଲିଗୁଡା ବସଷ୍ଟାଣ୍ଡ ,ବଜାର ଦେଇ ବ୍ଳକ ନିକଟକୁ ଯାଇଥିବା ଦେଖିବାକୁ ମିଳିଛି ।ବ୍ଲକ ସମୁଖରେ ବିଜେପି ଦଳର ନେତାମାନେ ପ୍ରଧାନମନ୍ତୀ ଆବାସ ତାଲିକାରେ ବ୍ୟାପକ ଅନିୟମିତତା ,ବିଜେଡି ଦଳର ଅନ୍ୟାୟ,ଦୁର୍ନୀତି,ଭ୍ରଷ୍ଟାଚାର ବିରୋଧରେ ରଣହୁଙ୍କାର ଛାଡିବା ସହିତ ଗର୍ଜୀଥିବା ଦେଖିବାକୁ ମିଳିଛି ।ସାଧାରଣତଃ ଅଯୋଗ୍ୟ ହିତାଧିକାରିଙ୍କୁ ତାଲିକାରୁ ବାଦଦେବା,ଯୋଗ୍ୟ ହିତାଧିକାରିଙ୍କୁ ଘର ଦେବାକୁ ଦାବୀ କରିଥିଲେ ।ଏହି ବିକ୍ଷୋଭରେ ବିଜେପିର ସଭାପତି ସମେତ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ,ମହିଳା ନେତ୍ରୀ କୁସୁମୀ ପ୍ରଧାନ ,ବାଲିଗୁଡା ବ୍ଳକରୁ ବହୁ ବିଜେପିର କର୍ମୀ,ନେତା ଯୋଗଦାନ କରିଥିଲେ ।ଏହା ବିରୋଧରେ ଏକ ସ୍ବାରକପତ୍ର ବାଲିଗୁଡା ବିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତୀଙ୍କ ନିକଟକୁ ପଠାଇଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୪/୨/୨୦୨୩---୮,୨୫ Sakhigopal News,4/2/2023



