ads

Breaking News

ଗଜରାଜ ଙ୍କ ସୁରକ୍ଷା ପାଇଁ ନିବେଦନ କଲେ , ପରିବେଶ ପ୍ରେମୀ ---ହୃଷୀକେଶ



ଡେଲାଙ୍ଗ : ଶ୍ରୀ ଜଗନ୍ନାଥ ଙ୍କ ପ୍ରସିଦ୍ଧ ପଦ୍ମଵେଶ ତଥା ଗଜ ଉଦ୍ଧାରଣ ବେଶ  ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବର୍ତମାନ ସ୍ଥିତିରେ ଗଜରାଜ ଙ୍କ ସୁରକ୍ଷା କିଭଳି ହୋଇପାରିବ ଚିନ୍ତା ପ୍ରକଟ କରିଛନ୍ତି ପରିବେଶପ୍ରେମୀ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ |ସତ୍ୟଯୁଗରେ କୁମ୍ଭୀର ଆକ୍ରମଣରୁ ସ୍ୱୟଂ ମହାପ୍ରଭୁ ଗଜରାଜ ଙ୍କୁ ରକ୍ଷା ପାଇଁ ଚକ୍ରପେଶୀ କୁମ୍ଭୀର କବଳରୁ ଗଜରାଜ ଙ୍କୁ ରକ୍ଷା କରିଥିଲେ | ବର୍ତ୍ତମାନ କଳିଯୁଗ ରେ ଏହି ମୂଢ଼ ମାନବ ଆଜି ଅର୍ଥ ଲୋଭରେ ଏମାନଙ୍କୁ ଶିକାର କରି ଵଂଶ ଲୋପ କରୁଛି । ଯାହାକି ପରିବେଶ ପ୍ରତି ଘୋର ବିପଦ ମାଡି ଆସୁଛି |  ଜଙ୍ଗଲ କ୍ଷୟ ଯୋଗୁଁ ଏମାନେ ଜନବସତି ମୁହାଁ ହେଉଛନ୍ତି | ଯଦି ଏହି ଅବସ୍ଥା ଜାରି ରହେ ତେବେ ନୂତନ ପିଢୀ ଗଜରାଜ ଙ୍କୁ କେବଳ ମ୍ୟୁଜିୟମ ରେ ଦେଖିବା ସାର ହେବ | ସମସ୍ତେ ମିଳିମିଶି ଏମାନଙ୍କର ସୁରକ୍ଷା ରେ ବ୍ରତୀ ହେବା ପାଇଁ ଶ୍ରୀ ପାଢ଼ୀ ଜଣସାଧାରଣରେ ନିବେଦନ କରିଛନ୍ତି | ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୨/୨୦୨୩----୭,୨୦ Sakhigopal News,6/2/2023

ads

Blog Archive

Popular Posts