ads

Breaking News

ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ ଅଗ୍ନିଜଳା ଉତ୍ସବ ଅନୁଷ୍ଠିତ

 


 ସାକ୍ଷୀଗୋପାଳ ---- ସତ୍ୟବାଦୀରେ ପୁରପଲ୍ଲୀରେ ଅଗ୍ନିତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ମାନଙ୍କ ଠାରୁ ବିଭିନ୍ନ ସ୍ଥାନରେ କାଠ ଓନଡା  ଏକାଠି ଗଦାଇ ଅଗ୍ନି ସଂଯୋଗ କରାଯାଇଥାଏ ।  ସାକ୍ଷୀଗୋପାଳ ଚନ୍ଦନପୋଖରୀ ଉପରେ କାହିଁ କେଉଁ କାଳରୁ ଏହି ଅଗ୍ନତ୍ସବ ଅନୁଷ୍ଠିତ ହୋଇଆସୁଛି । ସ୍ଥାନୀୟ ବ୍ୟବସାୟୀ ମାନେ ଏକାଠି ହୋଇ ଏହି ଅଗ୍ନତ୍ସବ ପାଳିତ କରି ଆସୁଛନ୍ତି । ଆଜି ସକାଳୁ ସାକଳୁ ବ୍ରାହ୍ମଣ ନାରାୟଣ ଦାଶ ଙ୍କ  ଦ୍ୱାରା ଦ୍ୱୀପ, ଧୁପ ଓ  ଅଗ୍ନି ଦେବତାଙ୍କୁ ପୂଜାପାଠ ଓ ଭୋଗ କରାଯିବା ପରେ ଘିଅ ବଳିତା ଦ୍ୱାରା ଅଗ୍ନିସଂଯୋଗ କରାଯାଇଥିଲା  । ତାପରେ  ସେଠାରେ ଶ୍ରଦ୍ଧାଳୁ ମାନେ ନଡିଆ, ଆଳୁ, ପନିପରିବା  ପୋଡିଥାନ୍ତି ।  ସେହିପରି ସାକ୍ଷୀଗୋପାଳର ବିଭିନ୍ନ ଗ୍ରାମ ମାନଙ୍କରେ   ଅଗ୍ନତ୍ସବ ପାଳିତ ହୋଇଯାଇଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୩---୭.୧୦  Sakhigopal News, 5/2/2023

ads

Blog Archive

Popular Posts