ବରକେରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉସ୍ଚବ ଅନୁଷ୍ଠିତ
ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବାର୍ଷିକ କ୍ରୀଡା ଉସ୍ଚବ ଅନୁଷ୍ଠିତ ହୋଇଯାଇଛି।ଚଳିତ ଶିକ୍ଷାବର୍ଷରେ ବିଦ୍ୟାଳୟ ର ପବିତ୍ର ପ୍ରାଙ୍ଗଣରେ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି।ଉଦଘାଟନି ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ମୁନିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦୟାନିଧି ମାର୍ଥା ଯୋଗଦେଇଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ବଂଶିଧର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ରାମର ଇଷ୍ଟଦେବତା ଭାଗବତ ବାସୁଦେବଙ୍କ ନିକଟରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଜ୍ୟୋତି ସଂଗ୍ରହ କରାଯାଇ ଛାତ୍ର ଛାତ୍ରୀମାନେ ମଶାଲ ଧରି ବିଦ୍ୟାଳୟରେ ପ୍ରାଙ୍ଗଣରେ ଥିବା କ୍ରୀଡା ପତାକା ନିକଟରେ ମୂଖ୍ୟ ଅତିଥିଙ୍କ ଦ୍ଵାରା ସଂସ୍ଥାପିତ କରାଯାଇଥିଲା। ପରେ ପରେ ମୂଖ୍ୟ ଅତିଥିଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ କରାଯାଇଥିଲା। ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ରଙ୍ଗବେରଙ୍ଗର ପତାକାରେ ବିଦ୍ୟାଳୟ ପରିବେଶ ଝଲସି ଉଠିଥିଲା। ପ୍ରତିଯୋଗିତା ଆରମ୍ଭରୁ କ୍ରୀଡା ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇ ଥିଲେ। ସପ୍ତମ ଶ୍ରେଣୀର ଛାତ୍ର ସତ୍ୟବ୍ରତ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଷ୍ଟମ ଶ୍ରେଣୀର ଛାତ୍ର ଅମରଜିତ୍ ପରିଡା ଦୀପମନ୍ତ୍ର ଉଚ୍ଚାରଣ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତିନୋଟି ବିଭାଗ କରି ବିଭିନ୍ନ ପ୍ରକାରର ଖେଳ କରାଯାଇଥିଲା।ସେହିପରି ଉଦଯାପନୀ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାଦ୍ଵାରା ଜାତୀୟ ସଂହତି ଓ ଐକ୍ୟ ବଜାୟ ରହିପାରିବ ବୋଲି କହିବା ସହିତ ଜଣେ ଜଣେ ସୁନାଗରିକ ହେବାପାଇଁ ଆହ୍ଵାନ ଦେଇଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଶୃଙ୍ଖଳାର ସହିତ କ୍ରୀଡା ପତାକାକୁ ଅବତରଣ କରାଯାଇଥିଲା। ସମସ୍ତଙ୍କ ସାହାଯ୍ୟ ସହଯୋଗ ପାଇଁ ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କୁ ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ଦ୍ଵାରା ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ ପ୍ରମୁଖ ସହଯୋଗ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୨/୨୦୨୩---୭,୧୦ Sakhigopal News,6/2/2023




