ads

Breaking News

ଏକା ଏକା ବୁଲୁଛି ଅସୁସ୍ଥ ହାତୀ



ଭଞ୍ଜନଗର - ଘୁମୁସର ବନଖଣ୍ଡ ର ବିଭିନ୍ନ ବନାଞ୍ଚଳ ରେ ଗତ ପ୍ରାୟ ଏକ ବର୍ଷ ଧରି ବଣୁଆ ହାତୀଙ୍କ ଚଳପ୍ରଚଳ ଲାଗି ରହିଛି । କେତେବେଳେ ମଣିଷ ଙ୍କୁ ଆକ୍ରମଣ କରୁଛି ତ , କେତେବେଳେ ଶିକାରୀଙ୍କ ଦ୍ବାରା ମରୁଛନ୍ତି । ପୁଣି କେତେବେଳେ ଅସୁସ୍ଥ କାରଣରୁ ହାତୀଙ୍କ ମୃତ୍ୟୁ ହେଉଛି । ଦିନରାତି ବନବିଭାଗ ର କର୍ମଚାରୀ ମାନେ ଜଗି ରହୁଛନ୍ତି । ହେଲେ ଏବେ ଗାଁ ମୁହାଁ ହେଉଥିବା ହାତୀପଲ ଙ୍କୁ ଦେଖି ଭୟଭୀତ ସ୍ଥାନୀୟ ଲୋକେ ।  ସୂଚନା ପ୍ରକାରେ ଉତ୍ତର ଘୁମୁସର ବନଖଣ୍ଡ ରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ହାତୀ ରହିଛନ୍ତି । ଗାଲେରୀ , ମୁଜାଗଡ , ତାରାସିଙ୍ଗି , ଜଗନ୍ନାଥ ପ୍ରସାଦ ଏବଂ କେନ୍ଦ୍ରିୟ ବନାଞ୍ଚଳ ମାନଙ୍କରେ ହାତୀଙ୍କ ଚଳପ୍ରଚଳ ଲାଗି ରହିଛି । ସେହି ଅନୁସାରେ ଏବେ ଦୁଇଦିନ ହେଲା , ସଂପୃକ୍ତ ବନଖଣ୍ଡର ଗାଲେରୀ ବନାଞ୍ଚଳ ର କ୍ରିୟାଝୋଳା ଗାଁ କୁ ଲାଗି ରହିଥିବା ଲେଙ୍ଗେଡା ଜଙ୍ଗଲ ନିକଟରେ  ପ୍ରାୟ ୧୫ ରୁ ୧୬ ବର୍ଷ ବୟସର  ମାଇ ହାତୀ ଏକା ଏକା ବୁଲୁଛି ।  କେବଳ ସେତିକି ନୁହେଁ , ହାତୀ ଟି ଅସୁସ୍ଥ ଥିବା ଜଣାପଡିଛି  । ଏ ସଂକ୍ରାନ୍ତରେ ବନଖଣ୍ଡୀୟ ଅଧିକାରୀ ସୁଦର୍ଶନ ବେହେରା ଙ୍କ ସହ ଯୋଗାଯୋଗ କରିବାରୁ , ହାତୀ ଟି  ଅସୁସ୍ଥ ଥିବା  ସ୍ପଷ୍ଟ କରିଛନ୍ତି । ହାତୀ ଟି କିଛି ଖାଉନଥିବା ମଧ୍ୟ ଜଣାପଡିଛି । ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତରଭୁଜ , କାକୁଡି , କଖାରୁ , କଦଳୀ ଖାଇବାକୁ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।  ଜଗନ୍ନାଥପ୍ରସାଦ ରୁ ଆସିଥିବା ପଶୁ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଆରମ୍ଭ ହୋଇଥିବା ନେଇ ଡିଏଫଓ ଶ୍ରୀ ବେହେରା କହିଛନ୍ତି । ଏପରିକି ହାତୀର ଗତିବିଧି ଉପରେ ମଧ୍ୟ ସଂପୂର୍ଣ୍ଣ ନଜର ରଖିଛି ବନବିଭାଗ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୨/୨୦୨୩---୧୧,୪୫ Sakhigopal News,5/2/2023

ads

Blog Archive

Popular Posts