ଅମର ଦାସ ବାବା ଙ୍କ ମଠରେ ଅଗ୍ନି ଉତ୍ସବ ପାଳିତ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଭୋଇପାଲି ଠାରେ କେଉଁ ଆବାହମାନ କାଳରୁ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଅମର ଦାସ ବାବା ଙ୍କ ମଠରେ ପ୍ରତି ବର୍ଷ ଭଳି ବାର୍ଷିକ ମାଘମେଳା (ଅଗ୍ନି ଉତ୍ସବ) ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୀଳାଞ୍ଚଳ ଭୋଇ, ଗୋପାଳ ଚନ୍ଦ୍ର ଭୋଇ, ସୁଦାମ ଚରଣ ଭୋଇ, କାର୍ଯ୍ୟଦକ୍ଷ ଭୋଇ, ଚିତ୍ତ ରଞ୍ଜନ ଭୋଇ, ସୁଧୀର ଭୋଇ, ନେହେରୁ ଭୋଇ, ସୁର ଅଧିନ୍ ଭୋଇ, ଭୋଇ, ହିମାଂଶୁ ଭୋଇ ଓ ମନୋରଞ୍ଜନ ଭୋଇ ପ୍ରମୁଖ ଅଗ୍ନି ଉତ୍ସବ ର ପୂଜା କାର୍ଯ୍ୟ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ। ଏହି ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରସପାଲି ର ମହିଳା ସଂକୀର୍ତ୍ତନ ଓ ବୁରଦା ଗ୍ରାମ ର କୃଷ୍ନଗୁରୁ ଭଜନ ପରିବେଷଣ କରିଥିଲେ । ଏହି ସମୟରେ ଅମରଦାସ ବାବାଙ୍କ ଅଗ୍ନି ପୂଜା ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଉପସ୍ଥିତ ଥିଲେ। ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ସକାଶେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଅମରଦାସ ବାବା କ୍ଲବ ସମସ୍ତ ସହଯୋଗ କରିଥିଲେ ।ରାତିରେ ଭୋଇପାଲି ଗ୍ରାମ ର କଲ୍ୟାଣ ମଣ୍ଡପ ଠାରେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହାସହିତ ବ୍ୟଙ୍ଗକବି ମାନଙ୍କୁ ନେଇ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଶିଶିର ଭୋଇ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ନୀତିଶ କୁମାର ଆଚାର୍ଯ୍ୟ,କିଶୋର କୁମାର ସାହୁ, ଗୁଣ ସାଗର ସାହୁ, ମନୋରଞ୍ଜନ ଲୁହା, ସୋନାଲି ପାଢୀ, ଏହାକୁ ସଂଯୋଜନା କରିଥିଲେ କିଶୋର କୁମାର ସାହୁ। ଏହି ସମୟରେ ତରଣୀ ସାହିତ୍ୟ ସଂସଦ ର ସମଲପୁରୀ ସାହିତ୍ୟ ପତ୍ରିକା ଉନ୍ମୋଚନ ହୋଇଥିଲା। ଏହି ଅବସରରେ ସକାଳ ର ସାମ୍ବାଦିକ ଭବାନୀ ଶଙ୍କର ପାଢୀ ଯୋଗ ଦେଇଥିଲେ ।ଏଥିରେ ବାବା ଅମର ଦାସ କ୍ଲବ ସମସ୍ତ ସଦସ୍ୟ ଓ ଭୋଇପାଲି ଗ୍ରାମବାସୀ ସହଯୋଗ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ଶିଶିର କୁମାର ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୨/୨୦୨୩---୮,୪୫ Sakhigopal News,6/2/2023






