ads

Breaking News

ମିଶନ୍ ଗଜରାଜ , ଟ୍ରାଙ୍କୁଲାଇଜ୍ କଲା ବନବିଭାଗ,ଅସୁସ୍ଥ ହାତୀର ଚିକିତ୍ସା କଲା ନନ୍ଦନକାନନ ଡାକ୍ତରୀ ଟିମ୍


-ଭଞ୍ଜନଗର  - ଉତ୍ତର ଘୁମୁସର ବନଖଣ୍ଡ, ଗାଲେରୀ ବନାଞ୍ଚଳର କ୍ରିଆଝୋଳ ଗାଁ ନିକଟ ଲେଙ୍ଗଡ଼ା ଗାଁ ନିକଟ ଜଙ୍ଗଲ ରେ ଗତ ୩ ଦିନ ଧରି ଗୋଟିଏ ଅସୁସ୍ଥ ମାଇ ହାତୀ ଠାବ କରିଥିଲା ବନବିଭାଗ । ସେହି ଅସୁସ୍ଥ ମାଈ ହାତୀ କୁ ଆଜି ଚିକିତ୍ସା କରାଯାଇଛି l ନନ୍ଦନକାନନ ରୁ  ଡାକ୍ତର ସନ୍ତୋଷ ଗୁପ୍ରା ଓ ତାଙ୍କର ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ହାତୀ କୁ ପ୍ରଥମେ ଟ୍ରାଙ୍କୁଲାଇଜ କରିଥିଲେ l ହାତୀଟି ନିସ୍ତେଜ ହୋଇ ତଳେ ପଡିଯିବା ପରେ ଡାକ୍ତରୀ ଦଳ ତାର ଚିକିତ୍ସା ଆରମ୍ଭ କରିଥିଲେ l ପରିପlର୍ଶ୍ବିକ ସ୍ଥିତି ଯାଞ୍ଚ କରିବା ପରେ ହାତୀ ର ପାଟିରେ ସଂକ୍ରମଣ ହୋଇଥିବା ଜାଣିବାକୁ ପାଇଥିଲେ l ଏଥିସହ ସଂକ୍ରମଣ ସ୍ଥାନ ରେ ପୋକ ଲାଗିରହିଥିବା ରୁ ଅସ୍ତ୍ରୋପଚାର କରିଥିଲେ l ଏହା ପରେ ତାର ସଂଜ୍ଞା ଫେରିଥିଲା  । ଡାକ୍ତର ଙ୍କ ସୂଚନା ଅନୁଯାଇ ପାଟି ରେ ସଂକ୍ରମଣ ଯୋଗୁଁ ହାତୀ ଟି ଖାଦ୍ୟ ଗ୍ରହଣ କରି ନପାରି ଦୁର୍ବଳ ହୋଇ ପଡ଼ିଥିଲା ।  ବର୍ତମାନ ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ବନବିଭାଗ କର୍ମଚାରୀ ମାନେ ହାତୀ ନିକଟରେ ତରଭୁଜ ଓ କଦଳୀ ରେ ବିଭିନ୍ନ ମେଡ଼ିସିନ ଦେବା ସହ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରିଛନ୍ତି l ହାତୀଟି ସୁସ୍ଥ ହେବା ପର୍ଯ୍ୟନ୍ତ ନିୟମିତ ମେଡିସିନ ଦେବା ସହ ବନବିଭାଗ ତା ଉପରେ ନଜର ରଖିବାକୁ ଡାକ୍ତର ସନ୍ତୋଷ ଗୁପ୍ରା କହିଛନ୍ତି l ଚିକିତ୍ସା ପରେ ହାତୀ ଟି ର  ପୂର୍ବ ସ୍ଥିତି ଅପେକ୍ଷା ଭଲ ରହିଥିବା ଏବଂ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି ।ଘଟଣା ବିଷୟରେ ଖବର ପାଇ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦିତ ହୋଇ ଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୨/୨୦୨୩----୯,୧୦ Sakhigopal News,6/2/2023


 

ads

Blog Archive

Popular Posts