ads

Breaking News

ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ



ଭଞ୍ଜନଗର-- ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଡାକବଙ୍ଗଳା ଠାରେ  ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ତାରସିଂ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ କୃତିବାସ କୁମାର ଅଧକ୍ଷତା କରିଥିଲେ । ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ଭଧର ସାହୁ, ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ ସମାଜସେବୀ ଶୂଳପାଣି ଶତପଥୀ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ  ।  ଗ୍ରୀଷ୍ମରୂତୁ ଆସୁଥିବାରୁ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ନଜର ରଖିବା ସହ ଯଦି ନିଆଁ ଲାଗେ ତେବେ ତାହାକୁ କିଭଳି ଲିଭାଇବାକୁ ହେବ ,  ସେ ସଂକ୍ରାନ୍ତରେ  ବନାଞ୍ଚଳ ଅଧିକାରୀ ଶ୍ରୀ କୁମାର ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବ ବନପାଳ, ବନରକ୍ଷୀ ଓ ବିଭିନ୍ନ ସ୍ଥାନରୁ ଆସିଥିବା ୨୬ଟି ବନ ସୁରକ୍ଷା ସମିତିର ସଭ୍ୟ ଓ ସଭ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ବାତି ଅନୁଷ୍ଠାନର କର୍ମଚାରୀ ଓ ତାରସିଂ ବନପାଳ  କଳାବଦନ ଦାଶ,ଗାୟାଗଣ୍ଡା ବନପାଳ କୌଳାଷ ଚନ୍ଦ୍ର ନାୟକ ଘୋଗଡ ବନପାଳ ମାନସ ପ୍ରଧାନ ସମେତ  ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୨/୨୦୨୩----୯,୧୦ Sakhigopal News,6/2/2023

ads

Blog Archive

Popular Posts