58 ଗ୍ରାମ ହେରୋଇନ ଜବତ, ଜଣେ ଗିରଫ
ପୁରୀ---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ବଡବଜ଼ାର ନିକଟରେ ଚଢ଼ାଉ କରାଯାଇଥିଲା । ସେଠାରୁ ମିଲନ ନାଏକ ,ବୟସ-34 ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 58 ଗ୍ରାମ ହେରୋଇନ (ବ୍ରାଉନ ସୁଗାର) ଜବତ କରିବାରେ ସଫଳ ହୋଇଛନ୍ତି ଅବକାରୀ ବିଭାଗ । ନିମାପଡା ଅବକାରୀ ଥାନା କେସ ନଂ -102/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କlରଗlରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 5,80,000/-ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି । ଏହି ଚଢ଼ାଉରେ ଅବକାରୀ SI ଶ୍ରୀ ନାରାୟଣ ବେହେରା ଏବଂ ଅବକାରୀ କର୍ମଚାରୀ ଯଥା -ଆଶିଷ କୁମାର ପ୍ରଧାନ, ଶେଖ ୱାରିସ, ଜିତେନ୍ଦ୍ର ବେହେରା,ଜଗନ୍ନାଥ ଦାଶ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୨/୨୦୨୩---୮,୪୫ Sakhigopal News,6/2/2023



