ଜମିଜମା ବିବାଦକୁ ନେଇ କନ୍ତିଆ ଗ୍ରାମରେ ବୋମାମାଡ଼; ଯୁବକ ଅଟକ
ଜଟଣୀ ----ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ବୋମା ମାଡ଼ ହୋଇଥିବାର ଜଣାପଡିଛି l ସୂଚନା ମୁତାବକ ଆଜି ଦିନ ୯ ଘଟିକା ସମୟରେ କନ୍ତିଆ ଗ୍ରାମର ଭାଲୁ ସମନ୍ତରାଏ ଏବଂ ତାଙ୍କ ସାନ ଭାଇ ରତିଆ ସାମନ୍ତରାୟଙ୍କ ଉପରକୁ ବୋମାମାଡ଼ ହୋଇଥିଲା l ଜମିଜମା ବିବାଦକୁ ନେଇ ସେହି ଗ୍ରାମର ନାଲୁଆ ସାହାଣୀ ବୋମା ମାଡ଼ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ l ଆଜି ସକାଳୁ ଉଭୟଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ପାଟି ତୁଣ୍ଡ ହେବାରୁ ନାଲୁଆ ନାମକ ଯୁବକ ଆଗରୁ ପ୍ରସ୍ତୁତ କରି ରଖିଥିବା ବୋମା ଆଣି ରାଗରେ ପ୍ରଥମେ ଭାଲୁ ସାମନ୍ତରାୟ ଉପରକୁ ବୋମା ଫୋପାଡ଼ି ଥିଲା। କିନ୍ତୁ ଭାଗ୍ୟ ବଶତଃ ବୋମାଟି ଫୁଟି ନଥିଲା l ତା ପରେ ଅନ୍ୟ ଏକ ବୋମା ଆଣି ସାନ ଭାଇ ରତିଆ ସାମନ୍ତରାୟ ଉପରକୁ ବୋମା ଫୋପାଡ଼ିବା ଫଳରେ ବୋମାଟି ଫୁଟି ରତିଆର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରତ୍ୟକ୍ଷ ଦର୍ଶିଙ୍କ ଠାରୁ ପ୍ରକାଶ l ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସମ୍ପର୍କୀୟଙ୍କ ଠାରୁ ପ୍ରକାଶ l ନାଲୁଆ ବୋମାମାଡ଼ କରିବା ପରେ ଗ୍ରାମ ବାସୀଙ୍କ ଭୟରେ ତିନି ଭାଇ ନିଜ ଘର ଛାତ ଉପରେ ଆଶ୍ରୟ ନେଇଥିଲେ l ଘଟଣା ପରେ ସାମନ୍ତରାୟ ପରିବାର ପକ୍ଷରୁ ଥାନାକୁ ଜଣାଇବା ପରେ ଜଟଣୀ ଥାନା ପକ୍ଷରୁ ଏକ ପୋଲିସ ଦଳ ଗ୍ରାମର ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ। ଅଭିଯୁକ୍ତ ମାନେ ଘରେ ଥିବା ଜାଣି ପୋଲିସ କାବୁ କରିବାକୁ ଯିବା ସମୟରେ ଛାତ ଉପରେ ଥାଇ ଅଭିଯୁକ୍ତ ମାନେ ଆମ ପାଖକୁ ଆସିଲେ ଛାତ ଉପରୁ ତୁମ ଉପରକୁ ବୋମା ଫୋପାଡ଼ିବୁ ବୋଲି ପୋଲିସ କୁ ଚେତାବନୀ ଦେଇଥିଲେ l ତେଣୁ ଭୟରେ ପୋଲିସ ପାଖ ମାଡିଲେ ନାହିଁ l ପରେ ପୋଲିସ ପକ୍ଷରୁ ବନ୍ଧୁକ ଧାରୀ ଏକ ଦଳ ପହଞ୍ଚି ଅଭଯୁକ୍ତ ମାନଙ୍କୁ ଛାତ ଉପରୁ ତଳକୁ ଆସ ନ ହେଲେ ଆମେ ଫାୟାରିଙ୍ଗ କରିବୁ ଭୟ ଦେଖାଇବା ଫଳରେ ତିନି ଅଭିଯୁକ୍ତ ଭାଇ ପୋଲିସ ପାଖରେ ନିଜେ ନିଜେ ଆସି ଧରାଦେଇଥିଲେ l ଜଟଣୀ ପୋଲିସ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖିଥିବା ବିଶେଷ ସୂତ୍ରରୁ ଜଣାପଡିଛି l ବହୁ ବର୍ଷ ପୂର୍ବେ ବୋମା ମାଡ କରିଥିବା ଯୁବକ ଜଣକ ଜଟଣୀ ଥାନର ପୂର୍ବତନ ସବ ଇନ୍ସପେକ୍ଟର ଡ଼ାଳୁଅଙ୍କ ଉପରକୁ ବୋମା ମାଡ଼ କରିଥିଲା l ସାହାସିକତା ଦେଖାଇ ସବ ଇନସିପେକ୍ଟର ଡ଼ାଳୁଅ ଯୁବକଙ୍କୁ ପିଛା କରି ନିରଞ୍ଜନ ପୁର ଠାରେ କାବୁ କରିଥଲେ l ଯୁବକ ଜଣକ ଏକ ପେସାଦାର ବୋମା ତିଆରି ବ୍ୟକ୍ତି ବୋଲି ସାଧାରଣରେ ପ୍ରକାଶ l ପୋଲିସ ପକ୍ଷରୁ ଏହାର ତଦନ୍ତ ଜାରି ରଖିଥିବା ଜଣାପଡିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୨/୨୦୨୩----୨,୧୦ Sakhigopal News,4/2/2023


