୯୨ ଗ୍ରାମ ଧଳାଜହର ଜବତ;ଜଣେ ଗିରଫ
ପୁରୀ--- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ଗୋରୁଆଳ ମୋଦର ପବ୍ଲିକ ସ୍କୁଲ ସାମନାରେ ଚଢ଼ାଉ କରିଥିଲେ। ସେଠାରୁ ଜଣେ ଆସାମୀଙ୍କୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିବାରେ ସଫଳ ହୋଇଛନ୍ତି। ତାଙ୍କ ନାମ ମନୋଜ ବେହେରା, ବୟସ-୨୨,ଗାଁ-ଚମାର ସାହି,ଥାନା-ତାଳବଣିଆ,ଜିଲ୍ଲା-ପୁରୀତାଙ୍କ ପାଖରୁ 92 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ସାତପଡ଼ା ଅବକାରୀ ଥାନା କେସ ନଂ-134/22-23 ରେ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ସେଠାରେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ 9,20,000 ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ S I ରଙ୍କନିଧି ମଲ୍ଲିକ, staff- ସଂଜିପ ହସ୍ତୀ, ପ୍ରବୀନ ବିରାଜ କିରୋ, ଜଗନ୍ନାଥ ଦାସ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୨/୨୦୨୩---୮,୨୦ Sakhigopal News,4/2/2023



